ମୁହଁ ଖୋଲିଲେ ଗିରଫ ଅଭିଯୁକ୍ତ: ‘ବାବୁଙ୍କ ପାଇଁ ଆଣିଥିଲେ ବାଘଛାଲ’

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଚାଲିଛି ବାଘ ଛାଲ ବେପାର। କଲରାପତରିଆ ବାଘର ଛାଲ ସହ ଅଭିଯୁକ୍ତ ଧରାପଡ଼ିବା ପରେ ଏବେ ଫିଟୁଛି ଗୁମର। ଗିରଫ ଅଭିଯୁକ୍ତଜଣଙ୍କ ବାଘ ଛାଲ ବାବୁଙ୍କ ପାଇଁ ଆଣିଥିବା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଆଗରେ ସ୍ବୀକାର କରିଛନ୍ତି। ତେବେ ଏହି ବାବୁଜଣଙ୍କ କିଏ. ତାଙ୍କୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌।
ସୂଚନାଯୋଗ୍ୟ, ସୋମବାର ବରମୁଣ୍ଡା ଅଞ୍ଚଳରୁ ପ୍ରଶାନ୍ତ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ପ୍ରଶାନ୍ତ ନିଜ ବାଇକ ଡିକିରେ ଛାଲ ରଖି ବିକ୍ରି ପାଇଁ ଯୋଜନା କରିଥିଲେ । ଖବର ପାଇ ଏସଟିଏଫ୍‌ ତାଙ୍କୁ ଗିରଫ କରିଥିଲା । ଗିରଫ ପ୍ରଶାନ୍ତ ରାଜଧାନୀର ଏକ ବିଶ୍ୱବିଦ୍ୟାଳୟରେ ଡ୍ରାଇଭର ବୋଲି ସେ ନିଜେ କହିଛନ୍ତି।

Share