ଲାଞ୍ଜିଗଡ଼ରେ ବାଘ ଆତଙ୍କ

ଲାଞ୍ଜିଗଡ଼,୨୬।୬(ରମେଶ ଚନ୍ଦ୍ର ନାୟକ): ନୂଆପଡ଼ା ଜିଲା ପରେ ଏବେ କଳାହାଣ୍ଡି ଜିଲାରେ ମଧ୍ୟ ବାଘ ଆତଙ୍କ ଦେଖିବାକୁ ମିଳିଛି। ଜିଲାର ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଲାଞ୍ଜିଗଡ ରୋଡ଼ଠାରେ ଶନିବାର ରାତିରେ ବାଘ ୫ଟି ଛେଳି ମାରି ଖାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଲାଞ୍ଜିଗଡ ରୋଡ଼ର ଅମ୍ବିକା ଭୋଇଙ୍କ କିଛି ଦିନ ହେଲା ଛେଳି ଗୁହାଳ ଭାଙ୍ଗି ଯାଇଥିବାରୁ ଗାଁର ଅନ୍ୟ ଜଣଙ୍କ ଗୁହାଳରେ ରଖିଥିଲେ। ରାତିରେ ବାଘ ଗୁହାଳ ଭିତରେ ପଶି ୫ଟି ଛେଳି ମାରି ଖାଇଛି। ସେହିପରି ୪ଟି ଛେଳି ମାରି ଗୁହାଳ ବାହାରେ ଫିଙ୍ଗି ଦେଇଥିବା ବେଳେ ଗୋଟିଏ କିଛି ଦୂରରେ ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ସିକେରକୁପା ବନ କର୍ମଚାରୀ ପହଞ୍ଚତ୍ ତଦନ୍ତ କରିଥିଲେ। ବାଘ ଆକ୍ରମଣରେ ଛେଳି ମୃତ୍ୟୁ ହୋଇଛି ବୋଲି ବନ ବିଭାଗ ସ୍ପଷ୍ଟ କରିଛି। ପ୍ରାଣୀ ବିଭାଗ ପକ୍ଷରୁ ଭିଏସ ପହଞ୍ଚତ୍ ମଲା ଛେଳିର ବ୍ୟବଚ୍ଛେଦ କରିଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ ମଧ୍ୟ ତଦନ୍ତ କରାଯାଉଛି। ଗ୍ରାମର ଜଣେ ଗରିବ ବୃଦ୍ଧା ମହିଳା ଛେଳି ଚାଷ କରି ନିଜ ପେଟ ପୋଷୁଥିବା ବେଳେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ବିଶ୍ୱନାଥପୁର ରେଞ୍ଜର ନରୋତ୍ତମ ମାଝିଙ୍କୁ ପଚାରିବାରୁ ମୁଁ ଘଟଣାସ୍ଥଳକୁ ଯାଇନାହିଁ। ଆମ ବନ ବିଭାଗ କର୍ମଚାରୀ ଯାଇ ତଦନ୍ତ କରିଛନ୍ତି। ବାଘ ଛେଳିକୁ ମାରିଥିବା ସେମାନେ ପ୍ରକାଶ କରିଛନ୍ତି। କିନ୍ତୁ ଛୋଟ କି ବଡ଼ ବାଘ କିମ୍ବା ଗଧିଆ ବାଘ ଛେଳିକୁ ମାରିଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡ଼ିବ ବୋଲି କହିଥିଲେ। ବାଘ ଆତଙ୍କ ଅଞ୍ଚଳରେ ପ୍ରଥମ ହୋଇଥିବାରୁ ଲୋକଙ୍କ ମଧ୍ୟରେ କୋକୁଆଭୟ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମ କୋଡ଼ ବାତିଲ ଦାବିରେ ଗର୍ଜିଲେ ଶ୍ରମିକ ସଂଗଠନ

ଛତ୍ରପୁର,୨୩।୯(ସନ୍ତୋଷ ପାଢ଼ୀ): ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ, ମାସିକ ସର୍ବନିମ୍ନ ୨୬ ହଜାର ଦରମା ଓ ପୁରୁଣା ପେନସନ ଲାଗୁକର ଦାବିରେ କେନ୍ଦ୍ରୀୟ ଶ୍ରମିକ...

ମୋରଡ଼ା ଅଞ୍ଚଳରେ ବଢୁଛି ଚୋରି-ରାହାଜାନି, ମାମଲା ରୁଜୁ କରି ହାତବାନ୍ଧି ବସୁଛି ପୋଲିସ

ମୋରଡ଼ା,୨୩ା୯(ସ୍ମାରକ ମାଜୀ):  ଲୁଟେରାଙ୍କ ଉପଦ୍ରବରେ ତ୍ରାହିତ୍ରାହି ଡାକିଲେଣି ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳବାସୀ। ପୋଲିସ କାଁ ଭାଁ ମାମଲା ରୁଜୁ କରି ଚୁପ୍‌ ହୋଇ...

କଟକରେ ସୀମା ଟପିଲା କଳାବଜାର: ଏହି ସବୁ ଜିଲାରେ ହେଉଥିଲା ବିକ୍ରି

କଟକ,୨୩।୯: ଅତୀତରେ କଟକରୁ ଖାଇବା ଘିଅ, ଡିଟରଜେଣ୍ଟ ପାଉଡରଠାରୁ ଆରମ୍ଭ ନାନା ପ୍ରକାର ଖାଦ୍ୟ ସାମଗ୍ରୀର ଅପମିଶ୍ରଣ କରାଯାଉଥିବା ଦେଖିବାକୁ ମିଳିଥିଲା। ଏବେ କିଛି ଖଳ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ବଳାତ୍କାରୀଙ୍କୁ….

ଫୁଲବାଣୀ,୨୩।୯: କନ୍ଧମାଳ ଜିଲା ଫୁଲବାଣୀ ଜିଲା ପୋକ୍ସୋ କୋର୍ଟ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଦେବରାଜ...

ଫରେଷ୍ଟରଙ୍କ ଆତ୍ମହତ୍ୟା ନେଇ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ, ସୁଇସାଇଡ୍‌ ନୋଟ୍‌ରେ ଥିଲା…

ଭବାନୀପାଟଣା,୨୩ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ବନ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଯାଞ୍ଚ୍‌ ଆରମ୍ଭ ହୋଇଛି।...

ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରୀଙ୍କ ଜୀବନ ଗଲା: ଜଣେ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି,୨୩ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ମୋଟୁଠାରୁ ୪୦ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶର ତରଙ୍ଗିଣୀ ଜଳପ୍ରପାତରେ ୫ଜଣ ଡାକ୍ତରୀ ଛାତ୍ରୀଛାତ୍ର ଭାସି ଯାଇଥିଲେ। ଜଣେ ଛାତ୍ରୀ...

ମଞ୍ଚକୁ ଆଇଟମ୍‌ ଗର୍ଲ ଆସିବାରେ ହେଲା ବିଳମ୍ବ: ମଞ୍ଚ ଉପରକୁ ଚେୟାର ଫୋପାଡ଼ିଲେ

ପାଟଣା,୨୩।୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ସାହାରପଡା ବ୍ଲକ ଦାମାହୁଦା ଠାରେ ଚାଲିଛି ଯାତ୍ରା କଳିଙ୍ଗକନ୍ୟା। ମଞ୍ଚକୁ ସୋମବାର ରାତିରେ ଜଣେ ଚର୍ଚ୍ଚିତ ଆଇଟମ୍‌ ଗର୍ଲ ଆସିବାର...

ବିରୂପା ବ୍ରିଜ୍‌ ଉପରେ  ସାଇକେଲ୍‌ ମୋବାଇଲ ରଖି …

କଟକ,୨୩।୯: ବିରୂପା ନଦୀକୁ ଡେଇଁ ଜଣେ ଛାତ୍ର ନିଖୋଜ ଅଛନ୍ତି। ଏଯାବତ୍‌ ତାଙ୍କର କୌଣସି ପତ୍ତା ମିଳିନାହିଁ। ଏପରି ଦୁଃଖଦ ଘଟଣା ଘଟିଛି କଟକ ଜିଲାରେ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri