କଳିଆପାଣି,୧୭ା୧୦(ଅସିତ୍ ମହାନ୍ତ): ସମ୍ପ୍ରତି ବନ ବିଭାଗର ବାଘ ଗଣନା କାର୍ଯ୍ୟକ୍ରମ ଚାଲିଛି । ହେଲେ ଯାଜପୁର ଓ ଢ଼େଙ୍କାନାଳ ଜିଲା ସୀମାନ୍ତ ନାଗଡ଼ା ଅଞ୍ଚଳରେ କଲରାପତରିଆ ବାଘ ରହିଥିବା ପାଦ ଚିହ୍ନରୁ ସୂଚନା ମିଳିଛି। ଦୈତାରୀ ସଂରକ୍ଷିତ ଜଙ୍ଗଲରେ ଗତବର୍ଷ ମହାବଳ ବାଘ ଦେଖିବାକୁ ମିଳିଥିବା ବେଳେ ଚଳିତ ବର୍ଷ ନଗଡ଼ା ଅଞ୍ଚଳରେ ରହୁଥିବା ପାଦ ଚିହ୍ନରୁ ଜଣା ପଡ଼ିଛି ବୋଲି ରାସୋଲ ଫରେଷ୍ଟର ନରେଶ କୁମାର ଟୁଡୁ ସୂଚନା ଦେଇଛନ୍ତି। ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବାଘ ଗଣନା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଯାଜପୁର ଜିଲା ସୁକିନ୍ଦା ତହସିଲ ଚିଙ୍ଗୁଡ଼ିପାଳ ପଞ୍ଚାୟତର ନାଗଡ଼ା ତୁମୁଣି ମଝି କମାରୁଣି ପାହାଡ଼ରେ ପାଦଚିହ୍ନ ରହିଥିବା ଦେଖିବାକୁ ମିଳୁଛି। ଉକ୍ତ ପାହାଡ଼ରେ ବାଘ ବ୍ୟତୀତ ବାରାହା, ହରିଣ ଓ ଅନ୍ୟାନ୍ୟ ବହୁ ଜୀବଜନ୍ତୁ ଦେଖିବାକୁ ମିଳି ଥାଆନ୍ତି ବୋଲି ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳିଛି।