ନୂଆପଡ଼ାରେ ପୁଣି ବାଘ ଆତଙ୍କ

ନୂଆପଡ଼ା,୩୦।୧୧(ମକାରୁ ବେମାଲ): ନୂଆପଡା ଜିଲାରେ କିଛି ଦିନ ବ୍ୟବଧାନରେ ପୁଣି ଗୁରୁବାର କୁକୁରାତାଳ ଗାଁରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ଜିଲାର ସୁନାବେଡା ଅଭୟାରଣ୍ୟ ନିକଟ ମୁସରଙ୍ଗୀ ସଂରକ୍ଷିତ ଜଙ୍ଗଲ ହୁର୍ରାବାଡା ଡଙ୍ଗର ପଥର ଚଟାଣ ଉପରେ ବାଘ ବସିଥିବା ଗାଁ ଲୋକେ ଦେଖି ଆତଙ୍କିତ ହୋଇ ତାଟି କବାଟ ବନ୍ଦ କରି ରହୁଛନ୍ତି।

କଲରାପଥରିଆ ବାଘ ଚଟାଣ ଉପରେ ବସି ଥିବା ଫଟୋ ସିସି ଟିଭି କ୍ୟାମେରାରେ କଏଦ ହୋଇଛି। ୨ଟି ବାଘ ବସିଥିବା ଗାଁ ଲୋକେ ଦେଖିଥିବା ବେଳେ ସିସି କ୍ୟାମେରା ଗୋଟିଏ ବାଘର ଚିତ୍ର କଏଦ ହୋଇଛି।

ନୂଆପଡା ସଦର ରେଞ୍ଜ ଧରମବନ୍ଧା ସେକସନ ଅଞ୍ଚଳରେ ୨ଜଣଙ୍କୁ ଆଘାତ କରି ଜଣଙ୍କୁ ଖାଇବା ପରେ ରକ୍ତମୁଖା ବାଘକୁ ବନ ବିଭାଗ କାବୁ କରି ସମ୍ବଲପୁର ପଠାଇ ଥିଲା। ଏ ସଂକ୍ରାନ୍ତରେ ଆମାନାରା ସେକସନ ଫରେଷ୍ଟର ବିଘ୍ନେଶ୍ୱର ପୋଢ଼ଙ୍କୁ ପଚାରିବାରୁ ବନ ବିଭାଗ ପକ୍ଷରୁ ୧୦ ଜଣିଆ ଏକ ଟିମ୍‌ ଗଠନ କରି ଜଙ୍ଗଲ ଓ ପାହାଡ ତଳି ଗାଁକୁ ଯାଇ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଥିବା ସେ କହିଛନ୍ତି।

Share