କାଲି ଗାଈ ରକ୍ତ ପିଇଥିଲା, ଆଜି କଲିଜା ଖାଇଲା

ନୂଆପଡ଼ା ଅଫିସ, ୧୭।୧ : ନୂଆପଡା ଜିଲା କୁଟେଙ୍ଗାପଡାରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି । ରବିବାର ଅଗିନ ମାଝିଙ୍କ ଏକ ଗାଈକୁ ମାରି ତା ରକ୍ତ ପିଇଥିବା ବେଳେ ଲୋକ ପାଟି କରିବାରୁ ବାଘ ଜଙ୍ଗଲକୁ ଚାଲିଯାଇଥିଲା। ସୋମବାର ପୁଣି ବାଘ ଗାଁ ମୁହଁା ହୋଇଛି। ଶିକାର କରିଥିବା ଗାଈର କଲିଜା ଖାଇବାକୁ ମହାବଳ ଗାଁକୁ ଫେରିଛି। ବାଘଟି ଗାଈର ପେଟ ଫାଡି କଲିଜା ଖାଇଥିବା ଦେଖିବାକୁ ମିଳିଛି । ଏ ନେଇ ଧରମବନ୍ଧା ଫରେଷ୍ଟର ସୂଚନା ଦେଇଛନ୍ତି । ଯାହାକୁ ନେଇ କୁଟରେଙ୍ଗାପଡା ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବାଘର ଗତିବିଧି ଜାଣିବାକୁ ବନ ବିଭାଗ କ୍ୟାମେରା ଲଗାଇଥିବା ସୂଚନା ମିଳିଛି ।

Share