ପନାଡାରେ ମହାବଳ ଆତଙ୍କ: ୪ ଛେଳିକୁ ମାରି ଖାଇସାରିଲାଣି, କ୍ୟାମେରାରେ ହେଲା କଏଦ

ଗୋପାଳପୁର,୭ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଓ ଗଜପତି ଜିଲାର ସୀମାରେ ମହାରାଷ୍ଟ୍ର ରାଜ୍ୟ ଅଞ୍ଚଳରୁ ଆସିଥିବା ମହାବଳ ବାଘ ଖାଦ୍ୟ ଅନ୍ବେଷଣ ପାଇଁ ବୁଲୁଥିବା ନେଇ ବନ ବିଭାଗ ସୂଚନା ପାଇଛି। ଗତ ୩ ତାରିଖ ରାତିରେ ଗୋଳନ୍ଥରା ଥାନା ଅଧିନସ୍ଥ ଘାଟିକାଳୁଆ ମନ୍ଦିର ଓ ରୋଲାଣ୍ଡ କଲେଜ ମଝିରେ ୧୬ ନଂ ଜାତୀୟ ରାଜପଥରେ ଅତିକ୍ରମ କରୁଥିବା ନେଇ ଏକ ପର୍ଯ୍ୟଟକ କାର୍‌ରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି। ବର୍ତ୍ତମାନ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଖବର ପାଇବା ପରେ ବ୍ରହ୍ମପୁର ଡିଏଫ୍‌ଓ ଶନି ଖୋଖର ଓ ବନ ଅଧିକାରୀମାନେ ଅତିକ୍ରମ କରିଥିବା ସ୍ଥାନ ଓ ଆଖପାଖ ଅଞ୍ଚଳ ବୁଲି ଦେଖିଛନ୍ତି। ଏହି ସମୟରେ ଜମିରେ ବାଘର ପାଦଚି଼ହ୍ନ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକମାନଙ୍କୁ ରାତିରେ ଏକୁଟିଆ ନ ବାହାରିବାକୁ ବନ କର୍ମଚାରୀ ସଚେତନ କରିଛନ୍ତି। ଏହା ପରେ ଭାଲିଆଗଡ଼, ପାଲୁର ହିଲ, ଘାଟିକାଲୁଆ ଓ ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ମନରେ କୋକୁଆ ଭୟ ଖେଳିଯାଇଛି।

ସୂଚନାନୁଯାୟୀ, ତେଲଙ୍ଗାନା ରାଜ୍ୟ ହାଇଦ୍ରାବାଦ ଅଞ୍ଚଳ ଏକ ପର୍ଯ୍ୟଟକ ନିଜ ପରିବାର ନେଇ ପୁରୀ ବୁଲିବାକୁ ଆସିଥିଲେ। ୧୬ ଜାତୀୟ ରାଜପଥ ଦେଇ ହାଇଦ୍ରାବାଦ ଫେରୁଥିବା ବେଳେ ଗତ ୩ ତାରିଖ ରାତି ଘାଟିକାଲୁଆ ଓ ରୋଲାଣ୍ଡ କଲେଜ ମଝିରେ ବାଘ ରାସ୍ତା ଦେଇ ଏକ ବସ୍ତି ପଛପଟୁ ଅତିକ୍ରମ କରିଥିଲା। ପର୍ଯ୍ୟଟକ କାର୍‌ରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିବା ସମୟ ରାତି ୯.୨୯ ମିନିଟ୍‌ରେ ହୋଇଥିବା ଜଣାପଡ଼ିଛି। ପର୍ଯ୍ୟଟକ ଜଣକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ କାର୍‌ ରଖି କର୍ମଚାରୀଙ୍କୁ ବାଘ ଆସିଥିବା ନେଇ କହିଥିଲେ ମଧ୍ୟ କେହି ବିଶ୍ୱାସ କରି ନ ଥିଲେ। ବୁଧବାର ଡିଏଫ୍‌ଓ ଖୋଖର, ଭାରପ୍ରାପ୍ତ ଏସିଏଫ୍‌ ମାଣିକେଶ୍ୱରୀ ହାଁସଦା ଓ ଅନ୍ୟ ଅଧିକାରୀମାନେ ବାଘ ପାର୍‌ ହୋଇଥିବା ସ୍ଥାନ ଓ ଆଖ ପାଖ ଅଞ୍ଚଳ ବୁଲି ଦେଖିଲା ସମୟ ଗୋଟିଏ ବାଘର ପାଦଚି଼ହ୍ନ ସ୍ପଷ୍ଟ ଦେଖିବାକୁ ପାଇଥିବା ବେଳେ ଆଉ କିଛି ପାଦଚି଼ହ୍ନଗୁଡିକ ଲୋକମାନେ ଯାତାୟାତ କରିବା ଫଳରେ ସମ୍ପୂର୍ଣ୍ଣ ଦେଖି ପାରି ନ ଥିଲେ। ପୁଣି ସେହି ରାସ୍ତା ଦେଇ ବାଘ ଫେରି ଯାଇଥିବା ପାଦଚି଼ହ୍ନ ରହିଛି ବୋଲି ଭାରପ୍ରାପ୍ତ ଏସିଏଫ୍‌ ହାଁସଦା ସୂଚନା ଦେଇଛି। ବାଘର ଗତି ପଥକୁ ଚିକିଟି ଓ ଟମଣା ବନାଞ୍ଚଳରେ ବନପାଳମାନେ ଟ୍ରାକିଂ କରିବା ସହ ଜଙ୍ଗଲ ନିକଟରେ ଥିବା ଗ୍ରାମଗୁଡ଼ିକରେ ସଚେତନ କରାଯାଉଛି ବୋଲି କହିଥିଲେ।

ଅନ୍ୟ ପଟେ ଗତ ୫ ତାରିଖରେ ଗୋବିନ୍ଦନଗର ପଞ୍ଚାୟତ ପନାଡା ଗ୍ରାମରେ ବଣରେ ଛେଳି ଚରୁଥିବାବେଳେ ଉକ୍ତ ଗ୍ରାମ ଜୁରିଆ ପ୍ରଧାନଙ୍କ ଦୁଇଟି ଛେଳି, ଟୁକୁନା ଗୌଡ଼ ଗୋଟିଏ ଛେଳି ବାଘ ମାରି କହିଥିବାବେଳେ ଓ ଲକ୍ଷ୍ମୀ ଗୌଡ଼ଙ୍କ ଗୋଟିଏ ଛେଳି ପ୍ରିୟା ୭୦ ଭାଗକୁ ଖାଇଥିବା ସହ କିଛି ଅଂଶକୁ ନ ଖାଇବା ଫଳରେ ଛାଡ଼ିଦେଇଥିବା ନେଇ ଗ୍ରାମବାସୀ କହିଛନ୍ତି। ଏ ନେଇ ଗ୍ରାମରେ ଆତଙ୍କ ଖେଳିଯାଇଛି। ମହାବଳ ବାଘ ଗତ ଜାନୁଆରୀ ପାତ୍ରପୁର ବନାଞ୍ଚଳରେ ଏହି ବାଘ ବୁଲୁ ଦେଖିବାକୁ ମିଳିଥିଲା। ମହାରାଷ୍ଟ୍ର ଏରିଆ ଅଞ୍ଚଳରୁ ଆସିଛି। ଏହା ରୟାଲ ବେଙ୍ଗଲ ଟାଇଗର ଜାତିର ବୋଲି ଡିଏଫ୍‌ଓ ଖୋଖର ସୂଚନା ଦେଇଛନ୍ତି। ଏଥିସହ ଜାତୀୟ ରାଜପଥ ଓ ଜଙ୍ଗଲ ପାଖରେ ଥିବା ଗ୍ରାମରେ ସଚେତନ କରିବା ସହ ୧୫ରୁ ୨୦ ଜଣ ପାଟ୍ରୋଲିଂ କରୁଥିବା କହିଛନ୍ତି। ଯେଉଁମାନଙ୍କର ଛେଳିକୁ ବାଘ ମାରି ଖାଇଛି ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଡିଏଫ୍‌ଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଉଛି ସଙ୍ଗଠନ: ଧରାପଡ଼ିଲେ ୧୩ ମାଓବାଦୀ

ମାଲକାନଗିରି,୨୨ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାର ଦୁଇଟି ସ୍ଥାନରୁ ୮ ଓ ସୁକମା ଜିଲା ପୋଲିସ ଦ୍ୱାରା ୪ ଲକ୍ଷ ପୁରସ୍କାର ଘୋଷିତ ୫ ମୋଟ...

ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ। ଏନେଇ ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ।...

ଶ୍ରେଷ୍ଠ ସ୍ଥାନ ଅଧିକାର କଲେ ଶ୍ୱେତାଶ୍ରୀ: ଜିତିଲେ ସ୍ବର୍ଣ୍ଣପଦକ

ଛତ୍ରପୁର,୨୨ା୧୨(ଦିଲୀପ ସାମଲ): ଭୁବନେଶ୍ୱର ସି. ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ ଆୟୋଜିତ ପଞ୍ଚମ ସମାବର୍ତ୍ତନ ଉତ୍ସବରେ ବିଟେକ କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭାଗରେ ଛତ୍ରପୁରର ଶ୍ୱେତାଶ୍ରୀ ଶତପଥୀ...

ବର୍ଷା ଉଜାଡ଼ିଲା ମୁଗ ଫସଲ

ଧରାକୋଟ,୨୨ା୧୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୁଇଦିନର ଲଘୁଚାପ ଜନିତ ଲଗାଣ ବର୍ଷା ଧରାକୋଟ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ଏକର ଏକର ଜମିରେ ପାଣି ଜମି ରହିଛି। ଏହାକୁ...

ଆସନ୍ତା ୨୪ରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୨।୧୨: ଆସନ୍ତା ୨୪ ତାରିଖରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ରହିଛି। ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ...

୩.୧୩ କେଜି ବଜ୍ରକାପ୍ତା କାତି ଜବତ, ଧରାପଡ଼ିଲେ ୪ ଅଭିଯୁକ୍ତ

ନୂଆପଡ଼ା/ଖଡିଆଳ,୨୨ା୧୨(ମକାରୁ ବେମାଲ/ସୁଜିତ ପ୍ରଧାନ): ନୂଆପଡ଼ା ଜିଲା କୋମନା ରେଞ୍ଜ ନାଗପଡ଼ା ପଞ୍ଚାୟତ ଝରଣାମାଲ ଗାଁରେ ଖଡ଼ିଆଳ ବନ ବିଭାଗ ଚଢାଉ କରି ୩ କିଲୋଗ୍ରାମ ୧୩୦...

ବର୍ଷା ଯୋଗୁ ଗଞ୍ଜାମରେ ବଦଳିଲା ଧାନ ସଂଗ୍ରହ ତାରିଖ, ଜାଣନ୍ତୁ କେଉଁ ଦିନ ହେବ ଧାନ କିଣା…

ଗଞ୍ଜାମ,୨୧ା୧୨: ଲଘୁଚାପ ବର୍ଷା ଯୋଗୁ ଗଞ୍ଜାମରେ ବଦଳିଲା ଧାନ ସଂଗ୍ରହ ତାରିଖ। ଡିସେମ୍ବର ୨୩ରୁ ଗଞ୍ଜାମରେ ଧାନ ସଂଗ୍ରହ ନେଇ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ...

ଘର ତାଲା ଖୋଲି ସୁନା-ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହିଞ୍ଜିଳିକାଟୁ, ୨୨।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମଠପଦର ସାହିରେ ଜଣଙ୍କ ଘରର ଚାବି ଖୋଲି ଦୁର୍ବୃତ୍ତ ଆଲମାରୀରୁ ସୁନା ଅଳଙ୍କାର ଓ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri