ରଶ୍ମିକାଙ୍କ ସହ ରୋମାନ୍ସ କରିବେ ଟାଇଗର!

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ର୍ଶଫ ତାଙ୍କ ଆକ୍ସନ ମୁଭି ପାଇଁ ବେଶ ପରିଚିତ । ୨୦୨୨ ଆରମ୍ଭରୁ ଶୁଣିବାକୁ ମିଳିଥିଲା କି ସେ ଡାଇରେକ୍ଟର ରୋହିତ ଧୱାନଙ୍କ ସହ ଏକ ମୁଭି କରିବାକୁ ଯାଉଛନ୍ତି । ସିଦ୍ଧାର୍ଥ ଆନନ୍ଦଙ୍କ ପ୍ରଡକସନରେ ନିର୍ମାଣ ହେବାକୁ ଥିବା ଏହି ମୁଭିର ନାମ ‘ରାମ୍ବୋ’ ଥିଲା । ଏବେ ଟାଇଗରଙ୍କ ଏହି ଫିଲ୍ମକୁ ନେଇ କିଛି ନୂଆ ଅପଡେଟ୍ସ ଆସିଛି । ତାହାପୁଣି ଫିଲ୍ମର ଲିଡ ଅଭିନେତ୍ରୀଙ୍କୁ ନେଇ । କୁହାଯାଉଛି କି ଦକ୍ଷିଣ ସୁନ୍ଦରୀ ରଶ୍ମିକା ମନ୍ଧାନାଙ୍କୁ ଏହି ଫିଲ୍ମର ଲିଡ ରୋଲ ପାଇଁ ବଛାଯାଇଛି ।
ସୂଚନାଯୋଗ୍ୟ, ରଶ୍ମିକା ଓ ଟାଇଗର ପ୍ରଥମେ ମୁଭି ସ୍କୃ ଢିଲାରେ କାମ କରିବାର ଥିଲା । ହେଲେ କିଛି କାରଣ ପାଇଁ ଏହା ହେଇପାରିଲା ନାହିଁ । ଏଥର କିନ୍ତୁ ଏହି ପ୍ରୋଜେକ୍ଟକୁ ନେଇ ରଶ୍ମିକା ଖୁବ ଏକ୍ସାଇଟେଡ ଥିବା କୁହାଯାଉଛି । ୨୦୨୩ରେ ଫିଲ୍ମର ଶୁଟିଂ ଆରମ୍ଭ କରାଯିବ । ଟାଇଗର ମୁଭି ‘ବଡେ ମିୟାଁ’ ଛୋଟେ ମିୟାଁର ଶୁଟିଂ ଶେଷ କରିବା ପରେ ଯାଇ ମୁଭି ରାମ୍ବୋର ଶୁଟିଂ କଥା ଚିନ୍ତା କରିବେ । ଏହାର ଶୁଟିଂ ଜାନୁୟାରୀରୁ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ରଶ୍ମିକା ଅଲ୍ଲୁ ଅର୍ଜୁନଙ୍କ ସହ ଫିଲ୍ମ ‘ପୁଷ୍କା ୨’ର ଶୁଟିଂ ଶେଷ କରିଥିବେ । ତେବେ ମୁଭି ରାମ୍ବୋରେ ଟାଇଗର ରଶ୍ମିକାଙ୍କ ସହ ରୋମାନ୍ସ କରିବେ ବୋଲି ଶୁଣିବାକୁ ମିଳିଛି ।

Share