Categories: ଫୁରସତ

ବାଘ

ଚିଡ଼ିଆଖାନାରେ ହେଉ ଅବା କଣସି ଫିଲ୍ମରେ ବାଘ ଦେଖିଲେ ମନ ଉଲ୍ଲସିତ ହୋଇଉଠେ। ଆଉ ଯଦି କେବେ ଜଙ୍ଗଲରେ ପ୍ରକୃତରେ କାହାକୁ ଏହାର ସାମ୍ନା କରିବାକୁ ପଡ଼େ, ତେବେ ବଞ୍ଚତ୍ବା ହୋଇଯାଏ ମୁସ୍କିଲ୍‌। ଏହି ହିଂସ୍ର ତଥା ବଳୁଆ ପଶୁ ସମ୍ପର୍କରେ ଜାଣିବା କିଛି ରୋଚକ ତଥ୍ୟ…
– ସମଗ୍ର ପୃଥିବୀରେ ବାଘକୁ ଶକ୍ତିର ପ୍ରତୀକ ବୋଲି ଲୋକେ ମାନନ୍ତି।
– ଏହାର ବୈଜ୍ଞାନିକ ନାମ ହେଉଛି ପାନ୍ଥେରା ଟାଇଗ୍ରୀସ୍‌। ଏହା ଗ୍ରୀକ୍‌ ଶବ୍ଦ ପାନ୍ଥେରାରୁ ଆସିଛି, ଯାହାର ଅର୍ଥ ଶିକାରୀ। ସେହିପରି ପ୍ରାଚୀନ ପାର୍ସି ଶବ୍ଦରୁ ଟାଇଗ୍ରୀସ୍‌ ଆସିଛି, ଯାହାର ଅର୍ଥ ତୀର ପରି ତୀବ୍ର।
– ଆମ ଦେଶ ବ୍ୟତୀତ ବାଂଲାଦେଶ, ମାଲେସିଆ, ଦକ୍ଷିଣ କୋରିଆ ଆଦି ଦେଶରେ ମଧ୍ୟ ବାଘକୁ ଜାତୀୟ ପଶୁ ଭାବେ ଗ୍ରହଣ କରାଯାଇଛି।
– ଦିନକୁ ଦିନ ବାଘ ଶିକାର ବଢ଼ୁଥିବାରୁ ଭୂପୃଷ୍ଠରୁ ବାଘସଂଖ୍ୟା ହ୍ରାସ ହେଉଥିବା ଦେଖିବାକୁ ମିଳୁଛି। ଏହାକୁ ରୋକିବା ଦିଗରେ ଜନସାଧାରଣଙ୍କୁ ସଚେତନ କରାଇବା ଲାଗି ପ୍ରତିବର୍ଷ ଜୁଲାଇ ୨୯ ତାରିଖକୁ ‘ଓ୍ବାଲର୍‌ଡ ଟାଇଗର ଡେ’ ଭାବେ ପାଳନ କରାଯାଉଛି।
– ସେହିପରି ବାଘ ସୁରକ୍ଷା ଲାଗି ୧୯୭୩ ମସିହାରୁ ଆମ ଦେଶରେ ପ୍ରୋଜେକ୍ଟ ଟାଇଗର ଆରମ୍ଭ କରାଯାଇଛି।
– ସାଇବେରିଆନ୍‌ ଟାଇଗର ସବୁଠାରୁ ବଡ଼ ବାଘ ପ୍ରଜାତି ହୋଇଥିବା ବେଳେ ସୁମାନ୍ତ୍ରାନ୍‌ ଟାଇଗର ସବୁଠୁ ଛୋଟ ବାଘ ବୋଲି କୁହାଯାଏ।
– ବାଘ ଘଣ୍ଟା ପ୍ରତି ୬୫ କିଲୋମିଟର ପର୍ଯ୍ୟନ୍ତ ବେଗରେ ଦୌଡିପାରନ୍ତି। କେବଳ ଦୌଡିବା ନୁହେଁ ବାଘମାନେ ଖୁବ୍‌ ଶୀଘ୍ର ପହଁରି ମଧ୍ୟ ପାରନ୍ତି।

Share