ପାରାଦୀପ,୨ା୯(ସ୍ବ.ପ୍ର): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ବୁଧବାର ରାତିରେ ଏକ ବାଘ ବୁଲୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓ ବନ୍ଦର ପ୍ରଶାସନ ପକ୍ଷରୁ ଲଗାଯାଇଥିବା ସିସିଟିଭିରେ କଏଦ୍ ହୋଇଛି। ଏହା ନିଷିଦ୍ଧାଞ୍ଚଳ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଅଞ୍ଚଳରେ। ଏ ସମ୍ପର୍କରେ କୁଜଙ୍ଗ ବନବିଭାଗ ରେଞ୍ଜର ମନୋଜ ମିଶ୍ରଙ୍କୁ ପଚାରିବାରୁ ସେ କୁହନ୍ତି, ଭିଡିଓରେ ଦେଖାଯାଉଥିବା ପ୍ରାଣୀ ବାଘ ନୁହେଁ। ଏହା ବଣଭୂଆଁ ବା ଆଞ୍ଚଳିକ ଭାଷାରେ କଟାଶ ପ୍ରଜାତିର। ଏହା ଦେଖିବାକୁ ଅବିକଳ ବାଘ ପରି। ବାଘ ରହିବା ଭଳି ପରିବେଶ ଓ ଜଙ୍ଗଲ ପାରାଦୀପ ତଥା ଆଖପାଖ ଅଞ୍ଚଳରେ ନାହିଁ।