ବାଲିଗୁଡା,୨୭।୩: କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ବନାଞ୍ଚଳର ତଗାପାଙ୍ଗା ଜଙ୍ଗଲରେ ବାଘ ବଳଦକୁ ମାରି ଖାଇଥିବା ଅଭିଯୋଗ ହୋଇଛି। ବଳଦ ମାଲିକ ସୁରେଶ୍ୱର ମଲ୍ଲିକଙ୍କ ଅଭିଯୋଗ କ୍ରମେ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବଳଦର ବ୍ୟବଚ୍ଛେଦ କରାଇ ତଦନ୍ତ ଆରମ୍ଭ କରିଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ମାଲିକଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷେ ଅଞ୍ଚଳବାସୀଙ୍କୁ ଜଙ୍ଗଲକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ବନ ବିଭାଗ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।