ଚେନ୍ନାଇ,୧୭ା୪: ଶନିବାର ଖେଳାଯାଇଥିବା ଆଇପିଏଲ୍ର ୧୪ ତମ ସଂସ୍କରଣର ନବମ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଇଣ୍ଡିଆନ ଅଧିନାୟକ ରୋହିତ ଶର୍ମା । ପ୍ରଥମ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ ନିଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୫୦ ରନ୍ କରିବାକୁ ସକ୍ଷମ ହୋଇଛି। ଟସ୍ ନିଷ୍ପତ୍ତିକୁ ସିଠିକ୍ ପ୍ରମାଣ କରିଥିଲେ ଅଧିନାୟକ ରୋହିତ। ଅଧିନାୟକ ରୋହିତ ଏବଂ ଡି. କକ୍ ଓପନିଂ କରି ୬ ଓଭର ୩ବଲରେ ୫୫ ରନ୍ କରିଥିଲେ। ହେଲେ ଅଧିନାୟକ ରୋହିତ ୩୨ ରନ୍ କରି ଆଉଟ ହୋଇଯାଇଥିଲେ। ଅଧିନାୟକ ରୋହିତଙ୍କ ଆଉଟ ପରେ କୌଣସି ଖେଳାଳି ସ୍ଥିତି ସମ୍ଭାଲି ପାରି ନ ଥିଲେ। ଡି. କକ୍ ୪୦, ସୂର୍ଯ୍ୟକୁମାର ଯାଦବ ୧୦, ଇଶାନ କିଷନ ୧୨, ହାର୍ଦ୍ଦିକ ପାଣ୍ଡ୍ୟା ୭, କିରନ ପୋଲାଡ ୩୫ ରନ୍ କରିଥିଲେ। ସନ୍ରାଇଜର୍ସ ଆଗରେ ଛିଡ଼ା ହୋଇଛି ୧୫୧ ରନ୍ର ବିଜୟ ଲକ୍ଷ୍ୟ। ସନ୍ରାଇଜର୍ସ ହାଇଦ୍ରାବାଦ୍ ତରଫରୁ ମୁଜେବେ ୟୁଆର୍ ରେହମାନ୍ ୨ଟି ଏବଂ ବିଜୟ ଶଙ୍କର ୨ଟି ଉଇକେଟ ନେଇଥିଲେ।