ଅଟାଓ୍ବା,୨୬।୯: ଖଲିସ୍ତାନୀ ଗୋଷ୍ଠୀ ଶିଖ ଫର ଜଷ୍ଟିସ (ଏସ୍ଏଫ୍ଜି)ର ବିରୋଧ ଘୋଷଣା ପରେ କାନାଡାର ଅଟାଓ୍ବା, ଟରଣ୍ଟୋ ଏବଂ ଭାନକୋଭରରେ ଥିବା ଭାରତୀୟ ଉଚ୍ଚ ଆୟୋଗ ଅଫିସ୍ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏସ୍ଏଫ୍ଜି ଡେଥ ଟୁ ଇଣ୍ଡିଆ – ବାଲକାନାଇଜ ଅଭିଯାନ ଆରମ୍ଭ କରିଛି। ଉଗ୍ରବାଦୀ ସଂଗଠନ କାନାଡାର ପ୍ରମୁଖ ସହରରେ ଭାରତୀୟ କୂଟନୈତିକ ମିଶନ ବାହାରେ ବିରୋଧ ଘୋଷଣା କରିଛି।
ଏହା ବ୍ୟତୀତ ପରିସ୍ଥିତି ଉପରେ ନଜର ରଖିବା ପାଇଁ ସ୍ଥାନୀୟ ପୋଲିସ ଏବଂ ଫେଡେରାଲ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାରେ ଭାରତର ସମ୍ଭାବ୍ୟ ଲିଙ୍କ ବୋଲି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିବାର ଏକ ସପ୍ତାହ ପରେ ଖଲିସ୍ତାନୀ ଗୋଷ୍ଠୀ ଭାରତ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ।