ତିଗମାଂଶୁ ଧୁଲିଆଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌, ପୋଲିସରେ ଅଭିଯୋଗ କଲେ ନିର୍ଦ୍ଦେଶକ

ମୁମ୍ବାଇ: ‘ହାସିଲ’ ଏବଂ ‘ପାନ ସିଂ ତୋମାର’ ଭଳି ଚଳଚ୍ଚିତ୍ର ମାଧ୍ୟମରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା-ନିର୍ଦ୍ଦେଶକ ତିଗମାଂଶୁ ଧୁଲିଆଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ଖବର ସାମ୍ନାକୁ ଆସୁଛି। ମିଡିଆ ରିପୋର୍ଟ ଅନୁଯାୟୀ ନିର୍ଦ୍ଦେଶକ ଏହି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ହ୍ୟାକର ତିଗମାଂଶୁଙ୍କ ଆକାଉଣ୍ଟରୁ ବନ୍ଧୁଙ୍କ ନିକଟକୁ ମେସେଜ୍‌ ପଠାଇ ଆର୍ଥିକ ସହୟତା ମାଗିଥିଲେ, ଯାହା ପରେ ତାଙ୍କ ବନ୍ଧୁ ତିଗମାଂଶୁଙ୍କୁ ଫୋନ୍‌ କରି ଏସବୁ ବିଷୟରେ ଜଣାଇଥିଲେ।

Share