Advertisement

‘ମୁଁ ଏକେଲା ଅନୁଭବ କରୁଛି, ମୋ ସହ କାହାକୁ…’, ଜେଲରଙ୍କୁ ଚିଠି ଲେଖିଲେ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୧୫।୫: ମନି ଲଣ୍ଡରିଂ ମାମଲାରେ ତିହାର ଜେଲରେ ବନ୍ଦ ଥିବା ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ପୁଣିଥରେ ଚର୍ଚ୍ଚାକୁ ଆସିଯାଇଛନ୍ତି। ଏଥର ସେ ଭିଡିଓ ଭାଇରାଲ କାରଣରୁ ନୁହେଁ, ବରଂ ଜେଲ ଅଧିକ୍ଷକଙ୍କୁ ସେଲରେ କଏଦୀଙ୍କ ସଂଖ୍ୟା ବଢାଇବାକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। ସୂଚନାଯୋଗ୍ୟ, ଜୈନ ତିହାର ଜେଲର ସେଲ ନମ୍ବର ୭ରୁ ଜେଲ ଅଧିକ୍ଷକଙ୍କୁ ଏକ ଚିଠି ଲେଖି ତାଙ୍କ ସେଲରେ କଏଦୀଙ୍କ ସଖ୍ୟା ବଢାଇବାକୁ ଗୁହାରି କରିଛନ୍ତି। ଫଳରେ ସେ ଏକେଲା ଅନୁଭବ କରିବେ ନାହିଁ।

ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜେଲ ଅଧିକ୍ଷକଙ୍କୁ ନିଜ ଚିଠିରେ ଲେଖିଥିଲେ ତାଙ୍କ ସହ ଅତିକମରେ ୨-୩ ଜଣ କଏଦିଙ୍କୁ ରଖାଯାଉ। ସେ ତାଙ୍କ ମନୋଚିକିତ୍ସକଙ୍କ ଉପଦେଶ ଆଧାରରେ କହିଥିଲେ ସେଲରେ ସେ ଏକେଲା ହୋଇଯିବା ଫଳରେ ଡିପ୍ରେସନରେ ରହୁଛନ୍ତି। ମନୋଚିକିତ୍ସକ ତାଙ୍କୁ ଏକେଲା ରହିବାକୁ ବାରଣକରିବା ସହ ସାମାଜିକ ଦମ୍ପର୍କ ବଢାଇବାକୁ ପରାମର୍ଶ ଦେଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share