ନୂଆଦିଲ୍ଲୀ,୫ା୧୧: ତିହାର ଜେଲରେ ଥିବା କନ୍ମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କୁ ସୁରକ୍ଷା ଯୋଗାଇ ଦେବା ଲାଗି ଏଏପି ନେତା ସତ୍ୟେନ୍ଦ୍ର ଜୈନ ୨୦୧୯ରେ ୧୦ କୋଟି ଟଙ୍କା ଲାଞ୍ଚ ନେଇଥିବା ସେ ଅଭିଯୋଗ ଆଣିବା ପରେ ଜେଲ ଡିଜି ସନ୍ଦୀପ ଗୋଏଲଙ୍କୁ ବଦଳି କରାଯାଇଛି। ୧୯୮୯ ବ୍ୟାଚର ଆଇପିଏସ୍ ଅଫିସର ସଞ୍ଜୟ ବେନିଓ୍ବାଲଙ୍କୁ ସେଠାରେ ନୂଆ ଡିଜି ଭାବେ ଦାୟିତ୍ୱ ଦିଆଯାଇଛି। ସତ୍ୟେନ୍ଦ୍ର ଜୈନ ବାରମ୍ବାର ତିହାର ଜେଲକୁ ଯାଇ ସୁକେଶଙ୍କୁ ୧୦ କୋଟି ଟଙ୍କା ଲାଞ୍ଚ ଦେବା ଲାଗି ଧମକାଇଥିଲେ। ଏ ସମ୍ପର୍କରେ ସୁକେଶ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କୁ ପତ୍ର ଲେଖି ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨୦୦ କୋଟି ଟଙ୍କା ମନିଲଣ୍ଡରିଂ ମାମଲାରେ ସୁକେଶ ଜେଲରେ ଅଛନ୍ତି।