ପୁଣି ଚର୍ଚ୍ଚାରେ ଟିକଟିକ, ଏହାକୁ ନେଇ ପାକିସ୍ତାନରେ ଫତଓ୍ବା ଜାରି

ଇସଲାମାବାଦ,୨୫।୧୨: ପାକିସ୍ତାନ ସିନ୍ଧ ପ୍ରଦେଶର ରାଜଧାନୀ କରାଚିର ଏକ ଅଗ୍ରଣୀ ଧାର୍ମିକ ବିଦ୍ୟାଳୟ ଜାମିଆ ବିନୋରିଆ ଟାଉନ ଟିକ୍‌ଟକ୍‌ ସମ୍ବନ୍ଧରେ ଏକ ଫତୱା ଜାରି କରିଛନ୍ତି। ପାକିସ୍ତାନୀ ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଟିକଟକକୁ ବେଆଇନ ଏବଂ ହରାମ ବୋଲି ସ୍କୁଲ ଘୋଷଣା କରିଛି। ଫତୱାରେ କୁହାଯାଇଛି ଯେ ଟିକଟକ ହେଉଛି ଆଧୁନିକ ଯୁଗର ସବୁଠାରୁ ବଡ ପ୍ରଲୋଭନ। ଫତୱା ନମ୍ବରରେ (144211200409), ସଂଗଠନ ଏହାର ଷ୍ଟାଣ୍ଡକୁ ସମର୍ଥନ କରି ଦଶଟି କାରଣ ଦର୍ଶାଇଛି।
ଡନ ନ୍ୟୁଜ ଟିଭିର ରିପୋର୍ଟ ଅନୁଯାୟୀ, ପୂର୍ବରୁ ପାକିସ୍ତାନର ଅନେକ ଧାର୍ମିକ ପଣ୍ଡିତମାନେ ମଧ୍ୟ ଅନୈତିକତା ବ୍ୟାପିବା କାରଣରୁ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ପାକିସ୍ତାନରେ ଟିକଟକ ଉପରେ ମଧ୍ୟ ଆଂଶିକ ପ୍ରତିବନ୍ଧକ ଲଗାଯାଇଛି।

Share