ଆତ୍ମହତ୍ୟା କଲେ ଏହି ପ୍ରସିଦ୍ଧ ଟିକ୍‌ ଟକ୍‌ ଷ୍ଟାର: ମୃତ୍ୟୁ ପୂର୍ବରୁ ଲେଖିଲେ…

ଆମେରିକାର ପ୍ରସିଦ୍ଧ ଟିକ୍‌ ଟକ୍‌ ଷ୍ଟାର ଦଝରିୟା ଶେଫର ଇନ୍‌ଷ୍ଟାଗ୍ରାମ୍‌ରେ ଶେଷ ଭିଡିଓ ପୋଷ୍ଟ କରିବା ପରେ ଆତ୍ମହତ୍ୟା କରିଛନ୍ତି। ସେ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଏକ ଭିଡିଓ ପୋଷ୍ଟକରି ଲେଖିଛନ୍ତି, ମୁଁ ଜାଣେ, ମୁ ତୁମ ସମସ୍ତଙ୍କୁ ବିବ୍ରତ କରୁଛି ଏବଂ ଏହା ମୋର ଶେଷ ପୋଷ୍ଟ ବୋଲି ଲେଖିଛନ୍ତି।
ଦଝରିୟାଙ୍କର ଟିକ୍‌ ଟକ୍‌ରେ Bxbygirlldee ନାମରେ ଏକ ଆକାଉଣ୍ଟ ଥିଲା। ଏଥିରେ ତାଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ଥିଲେ। ଗତ ସୋମବାର ସେ କହିଥିଲେ, ତାଙ୍କର ଅଜାଣତରେ ତାଙ୍କୁ ଟିକ୍‌-ଟକ୍‌ରେ ବ୍ଲକ୍‌ କରାଯାଇଛି।
ଦଝରିୟାଙ୍କ ମାତାପିତା ଫେସ୍‌ବୁକ୍‌ରେ ଏକ ପୋଷ୍ଟ ଶେୟାର କରି ତାଙ୍କ ଆତ୍ମହତ୍ୟା ବିଷୟରେ ସୂଚନା ଦେଇଛନ୍ତି। ଏ ନେଇ ପିତା ଜୋସେଫ୍‌ କହିଛନ୍ତି, ସେ ମୋର ଭଲ ବନ୍ଧୁ ଥିଲେ ଏବଂ ମୁଁ ତାକୁ କବର ଦେବାକୁ ଆଦୌ ହେଲେ ପ୍ରସ୍ତୁତ ନୁହେଁ। ତାକୁ ତାର ଚାପ ଏବଂ ଚିନ୍ତାଧାରା ବିଷୟରେ ମୋ ସହ କଥା ହେବାର ଥିଲା ବୋଲି ଜୋସେଫ୍‌ ଲେଖିଛନ୍ତି।

Share