Categories: ଜାତୀୟ

ମହାପଞ୍ଚାୟତରେ ଗର୍ଜିଲେ ଟିକାଏତ: ଭାଙ୍ଗିଲା ସଭାମଞ୍ଚ

ଜିନ୍ଦ, ୩।୨: କୃଷି ଆଇନକୁ ବିରୋଧ କରି ହରିୟାଣାର ଜିନ୍ଦଠାରେ ବୁଧବାର ଅନୁଷ୍ଠିତ ହୋଇଥିବା ମହାପଞ୍ଚାୟତରେ କୃଷକ ନେତା ରାକେଶ ଟିକାଏତ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛନ୍ତି। ଏବେ କେବଳ କୃଷି ଆଇନକୁ ଫେରାଇ ନେବାକୁ କୁହାଯାଉଛି। ଯଦି କ୍ଷମତା ଫେରାଇ ନେବାକୁ କୁହାଯିବ ତେବେ ସରକାର କ’ଣ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ସରକାର ଦିଲ୍ଲୀରେ କିଲ୍ଲାବନ୍ଦୀ କରିଥିବା ସେ ଅଭିଯୋଗ କରିଛନ୍ତି। ଏଥିରୁ ଜଣାପଡୁଛି ଯେ, ସରକାର ଆନ୍ଦୋଳନକୁ ଭୟ କରୁଛନ୍ତି। ମହାପଞ୍ଚାୟତ ପାଇଁ ହୋଇଥିବା ସଭାମଞ୍ଚ ଭାଙ୍ଗିଯାଇଛି। କ୍ଷମତାଠାରୁ ଅଧିକ ଲୋକ ମଞ୍ଚ ଉପରକୁ ଉଠିଯିବାରୁ ଭାରସାମ୍ୟ ହରାଇ ମଞ୍ଚ ଭାଙ୍ଗି ଯାଇଥିଲା।

Share