ପାକିସ୍ତାନରେ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ

ଇସଲାମାବାଦ, ୧୦।୧୦: ଶେଷରେ ପାକିସ୍ତାନ ସରକାର ଟିକ୍‌ଟକ୍‌କୁ ବ୍ୟାନ୍‌ କରିଛନ୍ତି। ବାଇଟ୍‌ ଡ୍ୟାନ୍ସର ଶର୍ଟ ଭିଡ଼ିଓ ଆପ୍‌ ଟିକ୍‌ଟକ୍‌ ଉପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଟିକ୍‌ଟକ୍‌ ପକେିସ୍ତାନ ଦୂର ସଞ୍ଚାର ପ୍ରାଧିକରଣ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶକୁ ପାଳନ ନ କରିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ପୂର୍ବରୁ ଦୂର ସଞ୍ଚାର ପକ୍ଷରୁ ଅଶ୍ଳୀଳ ଭିଡ଼ିଓ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦିଆ ଯାଇଥିଲା। ସମାଜରେ ଏଭଳି ଆପ୍‌ ଯୋଗୁ ଅଶ୍ଳୀଳତା ବ୍ୟାପୁଥିବା ପାକିସ୍ତାନ ପକ୍ଷରୁ ଟିକ୍‌ଟକ୍‌କୁ ଚେତାବନୀ ଦିଆ ଯାଇଥିଲା। ଅଶ୍ଳୀଳ ଭିଡ଼ିଓ ହଟାଇବା ସମ୍ପର୍କିତ ତଥ୍ୟ ଦାଖଲ ପରେ ଟିକ୍‌ଟକ୍‌ ଉପରୁ ପ୍ରତିବନ୍ଧକ ହଟାଇ ଦିଆଯିବ ବୋଲି ପାକିସ୍ତାନ ସରକାର କହିଛନ୍ତି। ଇତିମଧ୍ୟରେ ଦୂରସଞ୍ଚାର ପକ୍ଷରୁ ୫ ଡେଟିଂ ଆପ୍‌ ଉପରେ ମଧ୍ୟ ପ୍ରତିବନ୍ଧକ ଲଗା ଯାଇଛି। ଏସବୁ ଆପ୍‌ ଦ୍ୱାରା ଅଶ୍ଳୀଳତା ବ୍ୟାପୁଥିବା ଅଭିଯୋଗ ହୋଇଥିଲା।

Share