ଟିକ୍‌ଟକ୍‌କୁ ଜୋରଦାର୍‌ ଟକ୍କର ଦେବ ଏହି ସ୍ବଦେଶୀ ଆପ୍‌

ନୂଆଦିଲ୍ଳୀ,୨୪।୬ : ଚାଇନାର ଭାରତ ବିରୋଧୀ କାର୍ଯ୍ୟକଳାପ ଏବଂ ୨୦ ଯବାନ ଶହୀଦ ହେବା ଘଟଣାକୁ ନେଇ ଦେଶ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚାଇନା ସାମଗ୍ରୀର ବୟକଟ କରିବା ନେଇ ସାରା ଦେଶରେ କ୍ୟାମ୍ପେନ ହେଉଥିବା ଦେଖାଯାଇଛି। ଏପଟେ ଚାଇନା ଆପ୍‌ ଟିକ୍‌ଟକ୍‌କୁ ଫୋନରୁ ହଟାଇବା ଲାଗି ଦାବି ଜୋର ଧରିଛି। ଏଭଳି ସ୍ଥିତିରେ ସ୍ପଦେଶୀ ଆପ୍ଲିକେଶନ ଚିଙ୍ଗାରୀ ଆସିଛି। ଏହାକୁ ବହୁ ସଂଖ୍ୟାରେ ଲୋକ ଡାଉନଲୋଡ କରୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ମଙ୍ଗଳବାର ପର୍ଯ୍ୟନ୍ତ ଏହାକୁ ୫ ଲକ୍ଷ ଲୋକ ଡାଉନଲୋଡ କରିଥିବା ଆପ୍ଲିକେଶନର ଡେଭଲପର ଦାବି କରିଛନ୍ତି। ଗତ କିଛି ଦିନ ତଳେ ଟିକ୍‌ଟକ୍‌ର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହା ପରେ ବଜାରକୁ ଆସିଥିବା ମିତ୍ରୋ ଆପ୍‌ର ବ୍ୟବହାର ନେଇ କଥା ଉଠିଥିଲା। ବର୍ତ୍ତମାନ ଟିକ୍‌ଟକ୍‌କୁ ଟକ୍କର ଦେବା ଲାଗି ୟୁଜରଙ୍କ ଲାଗି ଚିଙ୍ଗାରୀ ଆପ୍‌ ଉପଲବ୍ଧ ଥିବା କୁହାଯାଉଛି। ଚିଙ୍ଗାରୀ ଏବଂ ମିତ୍ରୋ ଟିକଟକ ଭଳି ସର୍ଟ ଭିଡିଓ ଆପ୍ଲିକେଶନ। କିଛିଦିନ ତଳେ ଟିକଟକ ୟୁଜର ଏବଂ ୟୁଟ୍ୟୁବ କଣ୍ଟେଣ୍ଟ କ୍ରିଏଟରଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା।

Share