ଲଣ୍ଡନ,୭ ।୩: ବ୍ରିଟେନରେ ଚାଇନା ସୋସିଆଲ ମିଡିଆ ଆପ ଟିକଟକ ୨୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ଡିଲିଟ କରିଛି । ଏପଟେ ସ୍ନାପଚ୍ୟାଟ ବି ୧୩ ବର୍ଷରୁ କମ ବୟସର ୭୦୦ ପିଲାଙ୍କୁ ପ୍ଲାଟଫର୍ମରୁ ବାହାରର ରାସ୍ତା ଦେଖାଇ ଦେଇଛି । ବ୍ରିଟିଶ ନିୟାମକ ଅଫକମକୁ ଦିଆଯାଇଥିବା ରିପୋର୍ଟରେ ଦୁଇଟି ଯାକ ପ୍ଲାଟଫର୍ମ ତରଫରୁ କୁହାଯାଇଛି କି ସେମାନେ ଅଫକମର ସମସ୍ତ ନିର୍ଦ୍ଦେଶକୁ ପାଳନ କରୁଛନ୍ତି । ସୂଚନାଯୋଗ୍ୟ, ଅଫକମ ପକ୍ଷରୁ ଉଭୟଙ୍କୁ ଅନୁପାଳନ ସମ୍ବନ୍ଧିୟ ନୋଟିସ ପଠାଯାଇଥିଲା ।