Advertisement

ଚାଇନାଠାରୁ ସମ୍ପର୍କ କାଟିବ ଟିକ୍‌ଟକ୍‌ !

ଲଣ୍ଡନ,୨୦।୭: ମନୋରଞ୍ଜନଧର୍ମୀ ଭିଡିଓର ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ଟିକ୍‌ଟକ୍‌ ଏବେ ଚାଇନାଠାରୁ ସମ୍ପର୍କ ଛିନ୍ନ କରିବା କଥା ଚିନ୍ତା କରୁଛି। ଏହାପରେ ସେ ଲଣ୍ଡନରେ ତା’ର ମୁଖ୍ୟ କାର୍ଯ୍ୟାଳୟ କରିବ ବୋଲି ଯୋଜନା କରୁଥିବା ସୂଚନା ମିଳିଛି। ରୟଟର୍ସରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଚାଇନାଠାରୁ ସମ୍ପର୍କ କାଟିବାକୁ ଟିକ୍‌ଟକ୍‌ ଏଭଳି ପଦକ୍ଷେପ ନେବାକୁ ଯାଉଛି। ଚାଇନା ସହ ଏହାର ସମ୍ପର୍କ ଥିବାରୁ ଭାରତ ସମେତ କିଛି ଦେଶରେ ଏହାକୁ ନିଷେଧ କରାଗଲାଣି। ସୂଚନା ଅନୁଯାୟୀ, ଟିକଟକ୍‌ ଲଣ୍ଡନ ସମେତ ଅନ୍ୟ ସହରରେ ତା’ର କାର୍ଯ୍ୟାଳୟ ପ୍ରତିଷ୍ଠା କରିବାକୁ ଚିନ୍ତା କରୁଛି। ହେଲେ ଏପର୍ଯ୍ୟନ୍ତ କେଉଁ ସହରରେ ସେ ତା’ର ମୁଖ୍ୟାଳୟ କରିବ ତାହା ସ୍ପଷ୍ଟ କରି ନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share