ଟି-ଶର୍ଟ ଉଠାଇ ଓଜନ ବଢ଼ିଥିବା ନେଇ କହୁଥିଲେ ମହିଳା ଟିକ୍‌ଟକ୍‌ ଷ୍ଟାର, ଆଉ ତା’ପରେ…

ଆମେରିକାର ଟିକ୍‌ଟକ୍‌ ତାରକା କ୍ଲୋ ଜାଣ୍ଡ୍ରିଆ ଲକ୍‌ଡାଉନ୍‌ରେ ଘରେ ସମୟ ବିତାଉଥିବାରୁ ତାଙ୍କ ଓଜନ ବଢ଼ିଛି। ସେ କେବେ ଭାବି ନ ଥିଲେ ଏଥିପାଇଁ ତାଙ୍କୁ ମୃତ୍ୟୁ ଧମକ ସହ ଲଜ୍ଜାଜନକ ଶବ୍ଦ ଶୁଣିବାକୁ ପଡ଼ିବ, ଯେତେବେଳେ ସେ ଟିକ୍‌ଟକ୍‌ରେ ନିଜର ବଢ଼ୁଥିବା ଓଜନ ସହ ଫଟୋ ପୋଷ୍ଟ କରିଥିଲେ।

ଜାଣ୍ଡ୍ରିଆ ଏକ ଭିଡିଓ ପୋଷ୍ଟ କରି ପ୍ରଶଂସକମାନଙ୍କୁ ତାଙ୍କ ଓଜନ ବଢ଼ୁଥିବା ବିଷୟରେ କହୁଥିବାର ଭିଡିଓରେ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ସେ ଅନ୍ୟ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଟି-ଶର୍ଟ ଉଠାଉଛନ୍ତି ଏବଂ ଗତ କିଛି ମାସ ମଧ୍ୟରେ ତାଙ୍କ ଓଜନ କେତେ ବୃଦ୍ଧି ପାଇଛି ତାହା ଜଣାଉଛନ୍ତି।

ତାଙ୍କର ଏହି ଭିଡିଓ ବହୁତ ଲୋକପ୍ରିୟ ହେଲା। ଗୋଟିଏ ଦିନରେ ୨ ମିଲିୟନରୁ ଅଧିକ ଲୋକ ଏହି ଭିଡିଓ ଦେଖିଥିଲେ। ତେବେ ପ୍ରଶଂସକଙ୍କ ସକାରାତ୍ମକ ମନ୍ତବ୍ୟ ସହିତ ତାଙ୍କୁ ଟ୍ରୋଲ ମଧ୍ୟ ହେବାକୁ ପଡ଼ିଥିଲା। ଜାଣ୍ଡ୍ରିଆ କହିଛନ୍ତି, ଏହା ମୋ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। କିନ୍ତୁ ଏହା ସତ୍ୟ ଯେ, ଏହି ଭିଡିଓ ପୋଷ୍ଟ କରିଥିବାରୁ ମୋତେ ମୃତ୍ୟୁ ଧମକ ଦିଆଯାଇଛି। ମୋର ଏବଂ ମୋ ପରିବାର ବିଷୟରେ ବହୁତ ଖରାପ ଭାଷା ବ୍ୟବହାର କରାଯାଇଛି। ଏହି କାରଣରୁ ମୁଁ ମୋର ଭିଡିଓରେ କମେଣ୍ଟ ସେକ୍ସନ ବନ୍ଦ କରିଦେଇଛି ।

Share