Categories: ଜାତୀୟ

ଚାଇନା ଆପ୍‌ ବ୍ୟାନ୍‌: ଟିକ୍‌ଟକ୍‌ ଖୋଲିଲେ ଆସୁଛି ଏଭଳି ନୋଟିସ୍‌

ନୂଆଦିଲ୍ଲୀ,୩୦।୬: ଭାରତ ସରକାର ଟିକ୍‌ଟକ୍‌ ସମେତ ଚାଇନାର ୫୯ଟି ଆପ୍‌କୁ ନିଷିଦ୍ଧ କରିବାକୁ ଘୋଷଣା କରିଛନ୍ତି। ଏପରିସ୍ଥଳେ ମଙ୍ଗଳବାର ସକାଳୁ ଗୁଗୁଲ୍‌ ପ୍ଲେ ଷ୍ଟୋରରୁ ଏହି ଆପ୍‌ଗୁଡ଼ିକୁ ହଟାଯାଇଛି। ଏଣୁ ଟିକ୍‌ଟକ୍‌ ମଧ୍ୟ କାମ କରୁ ନ ଥିବା ଦେଖିବାକୁ ମିଳିଛି। ଏବେ ଟିକ୍‌ଟକ୍‌ ଖୋଲିଲେ ଏକ ନୋଟିସ୍‌ ଦେଖିବାକୁ ମିଳୁଛି।

ଆମେ ଭାରତ ସରକାରଙ୍କ ଦ୍ୱାରା ୫୯ ଆପ୍‌କୁ ବ୍ଲକ କରିବା ନିଷ୍ପତ୍ତିକୁ ପାଳନ କରୁଛୁ। ସମସ୍ତ ବ୍ୟବହାରକାରୀଙ୍କ ଗୋପନୀୟତା ଏବଂ ସୁରକ୍ଷା ନିଶ୍ଚିତ କରିବା ଆମର ପ୍ରଥମ ପ୍ରାଥମିକତା ବୋଲି ନୋଟିସ୍‌ରେ ଲେଖାଯାଇଥିବା ଦେଖିବାକୁ ମିଳୁଛି।

ପ୍ରକାଶ ଯେ, ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତ ସରକାର ଚାଇନାର ୫୯ଟି ଆପ୍‌କୁ ନିଷିଦ୍ଧ କରିଦେଇଛନ୍ତି। ଏହି ଆପ୍‌ ଗୁଡ଼ିକରେ ଗୋପନୀୟତା ସମେତ ଅନ୍ୟାନ୍ୟ ତଥ୍ୟ ଅନ୍ୟତ୍ର ସ୍ଥାନାନ୍ତର ହେଉଥିବା ଅଭିଯୋଗ ହୋଇଥିଲା।

Share