ହଂକଂ ବଜାରରୁ ଖୁବ୍‌ଶୀଘ୍ର ହଟିବ ଟିକ୍‌ଟକ୍‌

ହଂକଂ,୭।୭: ବିଶ୍ୱର କିଛି ଦେଶ ଟିକ୍‌ଟକ୍‌ ବ୍ୟାନ କରିବା ପରେ ଏବେ ହଂକଂ ବଜାରରୁ ଆପଣାଛାଏଁ ଟିକ୍‌ଟକ୍‌ ହଟିଯିବ ବୋଲି କହିଛି। ସୋମବାର ଟିକ୍‌ଟକ୍‌ର ପ୍ରବକ୍ତା ରଏଟର୍ସକୁ ଏହି ସୂଚନା ଦେଇଛନ୍ତି। ଚାଇନା ଦ୍ୱାରା ଲାଗୁ କରାଯାଇଥିବା ରାଷ୍ଟ୍ରୀୟ ସୁରକ୍ଷା ଆଇନ ଦୃଷ୍ଟିରୁ ଏହା ହଂକଂ ବଜାରରୁ ହଟି ଯାଉଥିବା ଜଣାପଡିଛି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି କି ହଂକଂ ଏବେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବେଜିଂର ଅଧିକାରକୁ ଆସିବ କି ନା ତାହା ସ୍ପଷ୍ଟ ହୋଇ ନ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ, ଭାରତ-ଚାଇନା ବିବାଦ ପରେ ଭାରତ ଚାଇନାର କିଛି ଆପ୍‌କୁ ଦେଶରେ ବ୍ୟାନ୍‌ କରିଥିବା ବେଳେ ଏହାକୁ ଆଉ କିଛି ଦେଶ ସମର୍ଥନ ଜଣାଇଥିଲେ। ଏମିତିକି ଆମେରିକା ମଧ୍ୟ କିଛି ଚାଇନା ଆପ୍‌ ବ୍ୟାନ୍‌ କରିିବା ସୂଚନା ରହିଛି।

Share