Advertisement

ଟିକ୍‌ଟକ୍‌ ସେପ୍ଟେମ୍ବର ୧୫ ସୁଦ୍ଧା ହେବ ବିକ୍ରି: ଚାଇନାର ବଢ଼ିଲା ଚିନ୍ତା

ଓ୍ବାଶିଂଟନ, ୪।୮: ଶର୍ଟ ଭିଡ଼ିଓ ମେକିଂ ଆପ୍‌ ଟିକ୍‌ଟକ୍‌କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଇଥିବା ମନ୍ତବ୍ୟ ଯୋଗୁ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଟ୍ରମ୍ପ୍‌ କହିଛନ୍ତି ଯେ, ଟିକ୍‌ ଟକ୍‌ ସେପ୍ଟେମ୍ବର ୧୫ ସୁଦ୍ଧା ବିକ୍ରି ହେବ। ଯଦି ଏପରି ନ ହୁଏ ତେବେ ପରବର୍ତ୍ତୀ ସମୟରେ ଏହାକୁ ଆମେରିକାରେ ବ୍ୟାନ୍‌ କରାଯିବ। ଏହାକୁ ୫୦ ଶହ କୋଟି ଟଙ୍କାରେ କିଣିବା ପାଇଁ ମାଇକ୍ରୋସଫ୍ଟ ପକ୍ଷରୁ ଆଲୋଚନା ଜାରି ରହିଛି। ଏନେଇ ମାଇକ୍ରୋସଫ୍ଟ ସିଇଓ ସତ୍ୟା ନଡେଲା କିଙ୍ଗ୍‌ ମେକର ଭାବେ ଉଭା ହୋଇଥିବା ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ୨୦୧୪ଠାରୁ ମାଇକ୍ରୋସଫ୍ଟ ସିଇଓ ହେବାର ଗୋଟିଏ ବର୍ଷ ପରେ ସେ ମାଇନକ୍ରାଫ୍ଟ୍‌କୁ କିଣିଥିଲେ। ଏହାପରେ ୨୪ ଶହ କୋଟି ଡଲାରରେ ସେ ଲିଙ୍କ୍‌ଡିନ୍‌ ମଧ୍ୟ କିଣିଥିଲେ। ଏବେ ଟିକ୍‌ ଟକ୍‌ ଆପ୍‌କୁ କିଣିବା ଲାଗି ଆଲୋଚନା ଜାରି ରହିଛି। ଏହା ସଫଳ ହେଲେ ଗତ ୧୦ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ଡିଲ୍‌ ହେବ ବୋଲି କୁହାଯାଉଛି। ଆମେରିକାରେ ଚାଇନା କମ୍ପାନୀକୁ ନେଇ ଲୋକଙ୍କ ମଧ୍ୟରେ ନକାରାତ୍ମକ ଭାବନା ବଢୁଥିବାରୁ ମାଇକ୍ରୋସଫ୍ଟ ଏହି ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁ ନ ଥିବା କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share