ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାଓ୍ବତ ଏବେ ସୋସିଆଲ ମିଡିଆରେ ଖୁବ ଟ୍ରୋଲ ହେଉଛନ୍ତି। କିଛିଦିନ ତଳେ ଅମେଜନ ପ୍ରାଇମ ଭିଡିଓ ଅଭିନେତ୍ରୀଙ୍କ ପ୍ରଡକସନରେ ନିର୍ମିତ ମୁଭି ‘ଟିକୁ ଓ୍ବେଡସ ଶେରୁ’ର ପ୍ରମୋ ରିଲିଜ କରିଥିଲା। ଫିଲ୍ମର ପ୍ରମୋର ଆରମ୍ଭରେ ନଓ୍ବାଜୁଦ୍ଦିନ ସିଦ୍ଦିକି ନିଜକୁ ଶେରୁ ଭାବେ ଉପସ୍ଥାପନ କରୁଛନ୍ତି। ପୁଣି ବଲିଉଡର ୩ ଖାଁଙ୍କ ନାଁ ନେଉଛନ୍ତି। କେବଳ ସେତିକି ନୁହେଁ ସେ ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କୁ ବି ଟାର୍ଗେଟ କରୁଛନ୍ତି। ଏହାକୁ ଦେଖିବା ପରେ ରାଗି ଯାଇଛନ୍ତି ସୋସିଆଲ ମିଡିଆ ୟୁଜର୍ସ।
ଏହି ପ୍ରମୋର ଆରମ୍ଭରେ ନଓ୍ବାଜୁଦ୍ଦିନ ସିଦ୍ଦିକ କହୁଛନ୍ତି, ‘ମୋ ନାମ ଶେରୁ ଆଉ ଲୋକେ ମୋତେ ପ୍ୟାର ସେ ଶେରୁ ବୋଲି ଡାକନ୍ତି। ମୁଁ ଜଣେ ବଲିଉଡ ଅଭିନେତା। ମୁଁ ଛୋଟ ବଡ ସବୁ ପ୍ରକାର ଫିଲ୍ମର ଜଣେ ବଡ ନିର୍ମାତା। ଦେଖନ୍ତୁ ଶାହାରୁଖ, ସଲମାନ, ଆମିର…ହ୍ରିତିକ ଉପଲବ୍ଧ ନାହାନ୍ତି। ମୁଁ ମୋ ବିବାହ ପାଇଁ ଏମିତି କନ୍ୟା ଖୋଜୁଛି ଯିଏ ମୋର ଧ୍ୟାନ ରଖିବ, ମୋ ସହ ବାପା, ଦାଦା ସମସ୍ତଙ୍କ ଧ୍ୟାନ ରଖିବ।’
କଙ୍ଗନା ଅଧିକାଂଶ ସମୟ ହ୍ରିତିକଙ୍କୁ ଟାର୍ଗେଟ କରୁଥିବା ବେଳେ ଫିଲ୍ମର ପ୍ରମୋଶନରେ ଏମିତି କରିବା ଦର୍ଶକଙ୍କୁ ଆଦୌ ପସନ୍ଦ ଆସିନାହିଁ। ସେଥିପାଇଁ ଏବେ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ଅଭିନେତ୍ରୀ।

Share