Categories: ଖେଳ

ଦିନିକିଆ ଟିମରେ ହେବ ତିଳକ ବର୍ମାଙ୍କ ଏଣ୍ଟ୍ରି: ୨୦ ଅଗଷ୍ଟରେ ହେବାକୁ ଯାଉଛି ବଡ ଘୋଷଣା

ନୂଆଦିଲ୍ଲୀ,୧୫।୮: ଭାରତୀୟ ଦଳର ୱେଷ୍ଟଇଣ୍ଡିଜ ଯାତ୍ରା ଶେଷ ହେବା ପରେ ବର୍ତ୍ତମାନ ଟିମ ଇଣ୍ଡିଆକୁ ୧୮ଅଗଷ୍ଟରୁ ଆୟର୍ଲାଣ୍ଡ ବିପକ୍ଷରେ ୩ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବାକୁ ପଡିବ। ଏଥି ସହିତ ଏହା ପରେ ଆୟୋଜିତ ହେବାକୁ ଥିବା ଏସିଆ କପକୁ ନେଇ ଏପର୍ଯ୍ୟନ୍ତ ଦଳ ଘୋଷଣା କରାଯାଇନାହିଁ ଏବଂ ସମସ୍ତଙ୍କ ନଜର ଏହା ଉପରେ ରହିଛି। ଦୀର୍ଘ ସମୟ ପରେ ଦଳରେ ଲୋକେଶ, ରାହୁଲ ଏବଂ ଶ୍ରେୟସ ଆୟରଙ୍କ ପ୍ରତ୍ୟାବର୍ତ୍ତନ ଦେଖିବାକୁ ମିଳିବ। ଏଥି ସହିତ ଏସିଆ କପ ଏବଂ ଦିନିକିଆ ବିଶ୍ୱକପ ପାଇଁ ପ୍ରାରମ୍ଭିକ ଦଳ ଘୋଷଣାରେ ତିଳକ ବର୍ମାଙ୍କ ନାମ ମଧ୍ୟ ଦେଖିବାକୁ ମିଳିପାରେ।

ଏସିଆ କପ ପାଇଁ ଭାରତୀୟ ଦଳ ଅଗଷ୍ଟ ୨୦ରେ ଘୋଷଣା କରାଯାଇପାରେ, ଯେଉଁ କ୍ଷେତ୍ରରେ ଜସପ୍ରୀତ ବମ୍‌ରାଙ୍କ ମ୍ୟାଚ ଫିଟନେସ ବିଷୟରେ ଚିତ୍ର ସ୍ପଷ୍ଟ ହେବ। ଟିମ ଇଣ୍ଡିଆକୁ ୧୮ଅଗଷ୍ଟରେ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଟି -୨୦ ମ୍ୟାଚ ଖେଳିବାକୁ ପଡିବ।

Share