ମା’ଙ୍କ ନିକଟରେ ଲାଗିପାରୁନି ଚାଷୀଙ୍କ ଅନୁକୂଳ ଭୋଗ

ମହାକାଳପଡ଼ା, ୨୫ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ପ୍ରାଚୀନ ପ୍ରସିଦ୍ଧ ଶକ୍ତିପୀଠ ମା’ ଦରିଆ ରାମଚଣ୍ଡୀ ପୀଠ ଅନ୍ୟତମ। ପର୍ଯ୍ୟଟନ ଋତୁ ଆସିଲେ ଦୂରଦୂରାନ୍ତରୁ ମା’ଙ୍କ ନିକଟକୁ ଛୁଟି ଆସନ୍ତି ଅନେକ ଶ୍ରଦ୍ଧାଳୁ। ମନରେ ଭକ୍ତି ଓ ଶ୍ରଦ୍ଧାଭାବ ରଖି ମା’ଙ୍କ ନିକଟରେ ଖିରି ଭୋଗ ଅର୍ପଣ କଲେ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି। ଅପରପକ୍ଷରେ ଅଞ୍ଚଳର ଚାଷୀମାନେ ଧାନ ବେଉଷଣ ପୂର୍ବରୁ ଓ ଅମଳ ପରେ ପ୍ରଥମ ଶସ୍ୟକୁ (ଅରୁଆ ଚାଉଳ) ଖିରି ଭୋଗ ଭାବେ ମା’ଙ୍କ ନିକଟରେ ଅର୍ପଣ କରିଥାନ୍ତି। ମା’ଙ୍କ ପୀଠରେ ପହିଲି ଭୋଗ ଅର୍ପଣ କଲେ ଚାଷୀଙ୍କ କ୍ଷେତରେ ବର୍ଷ ସାରା ଭଲ ଫସଲ ଅମଳ ହୁଏ ବୋଲି ସ୍ଥାନୀୟ ଚାଷୀ ଅନାଦି ସ୍ବାଇଁ , ପୀତାମ୍ବର ସ୍ବାଇଁ, ପ୍ରମୋଦ ସ୍ବାଇଁ ପ୍ରମୁଖ କହିଛନ୍ତି। ହେଲେ କରୋନା ପାଇଁ ମା’ଙ୍କ ପୀଠରେ ସାମୂହିକ ଭୋଗ ଯଥା ଅନ୍ନ ପ୍ରସାଦ, ଖିରି ଖେଚୁଡ଼ି, ମାଛ ଘାଣ୍ଟ ଓ ଅନ୍ୟ ଆମିଷ ଭୋଗ ପ୍ରଶାସନ ପକ୍ଷରୁ ରୋକ୍‌ ଲଗାଯାଇଥିଲା। ବଡ ଦୁଃଖର କଥା ରାଜ୍ୟର ସମସ୍ତ ଦେବାଳୟରେ ସାମୂହିକ ଭୋଗ ଲାଗି ହେଉଥିବା ବେଳେ ମା’ ରାମଚଣ୍ଡୀଙ୍କ ପୀଠରେ ଆଜି ପର୍ଯ୍ୟନ୍ତ ବାରଣ କରାଯାଇଛି। ଯାହାକୁ ନେଇ ଅଞ୍ଚଳର ବୁଦ୍ଧିଜୀବୀ, ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କିଛିଦିନ ହେବ ସ୍ଥାନୀୟ ଚାଷୀ ଓ ପଡ଼ୋଶୀ ଜିଲାର ବହୁ ଶ୍ରଦ୍ଧାଳୁ ଭକ୍ତ ମା’ଙ୍କ ନିକଟରେ ଭୋଗ କରି ନ ପାରି ମୁଣ୍ଡିଆ ମାରି ଫେରୁଥିବା ଦେଖିବାକୁ ମିଳିଛି। ଏ ନେଇ ମା’ ରାମଚଣ୍ଡୀ ଆଞ୍ଚଳିକ ସେନାର ଆବାହକ ଲକ୍ଷ୍ମୀକାନ୍ତ ସ୍ବାଇଁ, ବିରଞ୍ଚତ୍ ନାରାୟଣ ଦାସ, କଳ୍ପତରୁ ସାମଲ, ଅଶୋକ କୁମାର ସ୍ବାଇଁ, ଅବସରପ୍ରାପ୍ତ ସେନା ଅଧିକାରୀ ବାଣୀ ଭୂଷଣ ନାୟକ ପ୍ରମୁଖ କହିବା କଥା ମା’ଙ୍କ ନିକଟରେ ସାମୂହିକ ଭୋଗ ଆଗାମୀ ଦିନରେ ଲାଗୁ କରା ନ ଗଲେ ସେନା ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ମନ୍ଦିର ପରିଚାଳନା କମିଟି ସଦସ୍ୟ ନାଥ କୁମାର ଭୋଳଙ୍କ କହିବା କଥା ମା’ଙ୍କ ପୀଠକୁ କୁଜଙ୍ଗ, ଜଗତ୍‌ସିଂହପୁର, ପାରାଦୀପ ସମେତ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଭୋଗ କରି ନ ପାରି ଘରକୁ ଫେରୁ ଥିବାରୁ ଏହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ବୁଦ୍ଧିଜୀବୀ ସୁବାସ ସ୍ବାଇଁଙ୍କ କହିବା କଥା ମନ୍ଦିର ପରିଚାଳନା କମିଟିର ଦାୟିତ୍ୱହୀନତା ପାଇଁ ଏଭଳି ଘଟଣାକୁ ନିନ୍ଦା କରିବା ସହ ଏଣ୍ଡାଓମେଣ୍ଟ କମିଶନର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଛନ୍ତି।
କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ବ୍ଲକ ଘଞ୍ଚ ଜଙ୍ଗଲ ରାମନଗରଠାରେ ୧୭୩୭ ମସିହାରେ ତତ୍କାଳୀନ କୁଜଙ୍ଗଗଡ଼ର ଷଣ୍ଢ ବଂଶୀୟ ରାଜା ମା’ ଦରିଆ ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା କରିଥିଲେ ବୋଲି ଜନଶ୍ରୁତିରୁ ଶୁଣିବାକୁ ମିଳେ। ମା’ଙ୍କ ମନ୍ଦିର ପ୍ରତିଷ୍ଠା ପରେ ଦୈନନ୍ଦିନ ସେବା କରିବା ପାଇଁ ପୂଜାପଣ୍ଡା, ସେବାୟତ, ମାଳୀ, ମହୁରିଆ, ଘଣ୍ଟୁଆ, ପାଟ ଛତା, ହୁରିଆ ସଂକୀର୍ତ୍ତନ ଆଦି ସେବକମାନଙ୍କୁ ରାଜା ଜମି ଦାନ କରି ନିୟୋଜିତ କରିଥିଲେ। ମା’ଙ୍କ ଦୈନନ୍ଦିନ ନୈବେଦ୍ୟ ସେବାଠାରୁ ସଂସ୍କୃତି, ପରମ୍ପରା ଅନୁଯାୟୀ ପୀଠରେ ୧୨ ମାସରେ ୧୩ ପର୍ବ ପାଳିତ ହୋଇଥାଏ। ମା’ ରାମଚଣ୍ଡୀ ଡଙ୍ଗା ମଙ୍ଗରେ ବସି ପୂଜା ପାଉଥିବାରୁ ସ୍ଥାନୀୟ ଅଞ୍ଚଳର ଶତାଧିକ ମତ୍ସ୍ୟଜୀବୀ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯିବା ପୂର୍ବରୁ ମା’ଙ୍କ ନିକଟରେ ମୁଣ୍ଡିଆ ମାରି ସମୁଦ୍ରକୁ ପ୍ରବେଶ କରିଥାନ୍ତି। ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିବା ପ୍ରଥମ ମାଛଟିକୁ ପୋଡ଼ି ମା’ଙ୍କୁ ସମର୍ପିତ କରାଯାଏ। ମା’ଙ୍କର ସେବା ଓ ନୀତିଆନି ପାଇଁ ଭୂସମ୍ପତ୍ତି ୨ ଶହ ଏକରରୁ ଅଧିକ ରାଜା ଖଞ୍ଜି ଦେଇଥିଲେ। ତେବେ ଅଦ୍ୟାବଧି ମା’ଙ୍କ ବହୁ ଭୂସମ୍ପତ୍ତିକୁ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ନିଜ ନାମରେ ଦଖଲ କରି ସ୍ଥାୟୀ ଭାବେ ବସବାସ କରୁଛନ୍ତି। ଅନ୍ୟସ୍ଥାନରେ ଥିବା ଜମିରେ ଚାଷ ବାସ କରୁଛନ୍ତି ବୋଲି ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri