Categories: ଖେଳ

ପନ୍ତଙ୍କୁ ‘ବେବିସିଟର୍‌’ କହିଥିବା ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ନେଲେ ସନ୍ନ୍ୟାସ

ନୂଆଦିଲ୍ଲୀ,୧୭।୩: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଟିମ୍‌ ପେନ୍‌ ଶୁକ୍ରବାର ସନ୍ନ୍ୟାସ ଘୋଷଣା କରିଛନ୍ତି। ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ପେନ୍‌ କ୍ୱିନ୍ସଲ୍ୟାଣ୍ଡ ବିପକ୍ଷରେ ଶେଫିଲ୍ଡ ସିଲ୍ଡ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଶେଷ ହେବା ପରେ ଏନେଇ ଘୋଷଣା କରିଛନ୍ତି। ସେ ଅଷ୍ଟ୍ରେଲିଆ ପାଇଁ ମୋଟ ୩୫ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ୨୦୧୮ରେ ଷ୍ଟିଭ୍‌ ସ୍ମିଥଙ୍କୁ ଅଧିନାୟକ ପଦରୁ ବାହାର କରାଯିବା ପରେ ପେନ୍‌ ଅଷ୍ଟ୍ରେଲିଆର ୪୬ତମ ଟେଷ୍ଟ ଅଧିନାୟକ ହୋଇଥିଲେ। ତେବେ ଅନ୍ତର୍ଜାତୀୟ ଦଳକୁ ଫେରିବା ବାଟ ବନ୍ଦ ହେବା, ଉଇକେଟକିପର ଭାବେ ଆଲେକ୍ସ କେରିଙ୍କ ସ୍ଥାନକୁ ପକ୍କା କରିବା, ବିଭିନ୍ନ ବିବାଦରେ ଛନ୍ଦି ହେବା ତାଙ୍କ କ୍ୟାରିୟର ଶେଷ ହେବାର ପ୍ରମୁଖ କାରଣ ପାଲଟିଛି।

ପେନ୍‌ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ସହ ତାଙ୍କ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଥିଲେ।୨୦୧୮ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ ସମୟରେ ପେନ୍‌ ମଇଦାନରେ ପନ୍ତଙ୍କୁ ପରିହାସ କରୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ପନ୍ତଙ୍କୁ ‘ବେବିସିଟର’ ମଧ୍ୟ କହିବାକୁ ପଛାଇ ନ ଥିଲେ।

ଦେଖନ୍ତୁ ତାର ଭିଡିଓ:

୨୦୦୯ରୁ ୨୦୨୧ ଯାଏ ପେନ୍‌ ଅଷ୍ଟ୍ରେଲିଆ ପାଇଁ ଖେଳିଥିଲେ। ସେ ଆଇପିଏଲ୍‌ ୨୦୧୧ ସିଜନର ଅଂଶ ମଧ୍ୟ ଥିଲେ, ଯେଉଁଠାରେ ସେ ପୁଣେ ଓ୍ବାରିୟର୍ସ ପାଇଁ ଖେଳିଥିଲେ।

Share