୪ .୮୦ କୋଟିର ବ୍ୟାଙ୍କ ଋଣ ଠକେଇ: ଟିମ୍ବର ଡିପୋ ପ୍ରୋପ୍ରାଇଟର ଗିରଫ

ଭୁବନେଶ୍ୱର,୭।୪(ବ୍ୟୁରୋ): ଜନପଥସ୍ଥିତ ଆଇଡିବିଆଇ ବ୍ୟାଙ୍କରେ ୬ଟି ପ୍ଲଟ ବନ୍ଧକ ରଖି ୪ କୋଟି ୮୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଆର.କେ. ଟିମ୍ବର କମ୍ପାନୀର ପ୍ରୋପ୍ରାଇଟର ନରେନ୍ଦ୍ର କୁମାର ସାହୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ବ୍ୟାଙ୍କ ଆଞ୍ଚଳିକ ମୁଖ୍ୟଙ୍କ ଅଭିଯୋଗକ୍ରମେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଶାଖା ପକ୍ଷରୁ ଘଟଣାର ତଦନ୍ତ କରାଯାଇ ସାହୁଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
୨୦୦୯ରେ ନରେନ୍ଦ୍ର ଉକ୍ତ ବ୍ୟାଙ୍କରେ ଚନ୍ଦକା କଣ୍ଟାବାଡ ମୌଜାର ୬ଟି ପ୍ଲଟ ବଦଳ ବନ୍ଧକ ରଖି ୮୦ ଲକ୍ଷ ଟଙ୍କା ଋଣ କରିଥିଲେ। ପରେ ମୂଳ ସହ ସୁଧ ନ ଦେବାରୁ ତାହା ବୃଦ୍ଧି ପାଇ ୪ କୋଟି ୮୦ ଲକ୍ଷ୍ୟରେ ପହଞ୍ଚତ୍ତ୍ଥିଲା। ସେ ୨୦୧୧-୧୨ରେ ବ୍ୟାଙ୍କକୁ ସୂଚନା ନ ଦେଇ ୨ଟି ପ୍ଲଟ ୬ ଜଣଙ୍କୁ ବିକ୍ରି କରିଥିଲେ। ଅନ୍ୟ ୪ଟି ବନ୍ଧକ ପ୍ଲଟ ମଧ୍ୟ କାଗଜପତ୍ର ଠିକ ନ ଥିଲା।

Share