ଲକ୍ଷାଧିକ ଟଙ୍କାର କାଠଗଣ୍ଡି ଜବତ କଲା ବନ ବିଭାଗ, ୩ ଗିରଫ

ବରଗଡ଼ ଅଫିସ,୪ା୧୦: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଏଁଲାଭଟାରେ ଚାଲିଥିବା ଚୋରା କାଠ କାରବାର ଠାବ ହୋଇଛି। ଶୁକ୍ରବାର ବିଳମ୍ବିତ ରାତ୍ରିରେ ବନ ବିଭାଗର ଅଧିକାରୀ, କର୍ମଚାରୀମାନେ ସେଠାରେ ଅତର୍କିତ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଶାଗୁଆନ କାଠଗଣ୍ଡି, ଏକ ଟ୍ରାକ୍ଟର, ୨ଟି ବାଇକ, ବ୍ୟବହୃତ କରତ କଳ ଜବତ କରିଛନ୍ତି। ଏହା ସହିତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବିଜେପୁର ଥାନା ଟେଙ୍ଗରା ଗ୍ରାମର ଦୁତିଆ ସା, ସୁରେନ୍ଦ୍ର ନାଏକ ଏବଂ ସହଦେବ ସାହୁ। ଏ ନେଇ ଅଧିକ ଚଦନ୍ତ ଜାରି ରହିଛି ବୋଲି ପଦ୍ମପୁର ରେଞ୍ଜର ପ୍ରମୋଦ ସାହୁ ସୂଚନା ଦେଇଛନ୍ତି।

Share