Categories: ଜାତୀୟ

ୟୁସିସି ଲାଗୁ ହେବାର ସମୟ ଆସି ଗଲାଣି: ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୪।୭ : ଉପରାଷ୍ଟ୍ରପତି ଜଗଦୀପ ଧନଷ୍ଟକର ୟୁନିଫର୍ମ ସିଭିଲ କୋଡ (ୟୁସିସି) ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଧାନକର କହିଛନ୍ତି ୟୁସିସି ଲାଗୁ କରିବା ପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ଗୁଆହାଟୀର ୨୫ ତମ ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରୁଥିବାବେଳେ ଧାନକର ୟୁସିସି ଉପରେ ଏହି ବିବୃତ୍ତି ଦେଇଛନ୍ତି।

ଉପରାଷ୍ଟ୍ରପତି କହିଛନ୍ତି ସମ୍ବିଧାନର ପ୍ରତିଷ୍ଠାତାଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ୟୁସିସି କାର୍ଯ୍ୟକାରୀ କରିବା ପାଇଁ ବର୍ତ୍ତମାନ ହିଁ ଠିକ ସମୟ। ସମ୍ବିଧାନର ଧାରା ୪୪ ରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଦେଶ ନାଗରିକଙ୍କ ପାଇଁ ୟୁସିସିକୁ ସୁରକ୍ଷିତ କରିବାକୁ ଚେଷ୍ଟା କରିବ।

ଏହା ସମ୍ବିଧାନର ପ୍ରତିଷ୍ଠାତାମାନଙ୍କର ଚିନ୍ତା ପ୍ରକ୍ରିୟା ଥିଲା। ବର୍ତ୍ତମାନ ୟୁସିସିର କାର୍ଯ୍ୟକାରିତା ପାଇଁ ସମୟ ଆସିଛି । ଏଥିରେ କୌଣସି ପ୍ରତିବନ୍ଧକ ନାହିଁ। ତେଣୁ ଅଧିକ ବିଳମ୍ବ କରାଯାଇ ପାରିବ ନାହିଁ ।

Share