ରିଲିଜ୍ ହେଲା ‘ଟାଇମ୍ ଟୁ ଡ୍ୟାନ୍ସ’ର ଟ୍ରେଲର

ମୁମ୍ବାଇ: ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫଙ୍କ ଭଉଣୀ ଇସାବେଲ କୈଫଙ୍କ ଡେବ୍ୟୁ ଫିଲ୍ମ ‘ଟାଇମ୍ ଟୁ ଡ୍ୟାନ୍ସ’ର ଟ୍ରେଲର ରିଲିଜ୍ ହୋଇଛି । ଏହା ଏକ ଡ୍ରାନ୍ସ ଫିଲ୍ମ ହୋଇଥିବା ବେଳେ ଏଥିରେ ଇସାବେଳେ ଅଭିନେତା ସୁରଜ ପାଞ୍ଚୋଲିଙ୍କ ସହ ନଜର ଆସିବେ । ଏହି ଫିଲ୍ମର କାହାଣୀ ହେଉଛି ଏଥିରେ ଡ୍ୟାନ୍ସ କମ୍ପିଟିଶନରେ ଭାଗ ନେବା ଲାଗି ସୁରଜ ପାଞ୍ଚୋଲି ବିଦେଶ ଯାଇଥିବା ବେଳେ ସେଠାରେ ତାଙ୍କୁ ଇସାବେଲଙ୍କ ସହଯୋଗ ମିଳିଛି । ଏହାପରେ ଅସଲ କମ୍ପିଟିଶନ ଆରମ୍ଭ ହୋଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି କୋରିଓଗ୍ରାଫରରୁ ନିର୍ଦ୍ଦେଶକ ହେବାକୁ ଯାଉଥିବା ଷ୍ଟାନଲେ ମେନିନୋ ଡି’କୋଷ୍ଟା । ଏହାସହ କୋରିଓଗ୍ରାଫର ରେମୋ ଡିସୁଜାଙ୍କ ପତ୍ନୀ ଲିଜେଲ ଏହାର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି । ଫିଲ୍ମଟି ୨୦୨୮ରେ ଶୁଟିଂ ସରିଥିଲେ ବି ଏବେ ପର୍ଯ୍ୟନ୍ତ ଏହା ରିଲିଜ୍ ଅପେକ୍ଷାରେ ରହିଥିଲା । ତେବେ ମାର୍ଚ୍ଚ ୧୨ରେ ଏହା ରିଲିଜ୍ ହେବ ବୋଲି ବି ଜଣାପଡିଛି । ଏହା ବ୍ୟତୀତ ଇସାବେଲଙ୍କ ହାତରେ ଆଉ ୨ଟି ପ୍ରୋଜେକ୍ଟ ରହିଛି । ସେ ଖୁବ୍‌ଶୀଘ୍ର ‘ସୁସ୍ୱାଗତମ ଖୁସାମଦିଦ’ରେ ପୁଲକିତ ସମ୍ରାଟଙ୍କ ସହ ନଜର ଆସିବେ ।

Share