ଓଭରଟେକ ହେଲା କାଳ: ବସ-ଡିଭାଇଡରକୁ ପିଟିହୋଇ କାର ଚାଳକଙ୍କ ମୃତ୍ୟୁ

ପୁରୁଷୋତ୍ତମପୁର,୫।୮(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର କେଶପୁର ପେଟ୍ରୋଲ ପମ୍ପ ନିକଟରେ ସୋମବାର ଏକ ବସକୁ କାରଟି ଓଭରଟେକ କରିବାବେଳେ ଭାରସାମ୍ୟ ହରାଇ ରାସ୍ତାପାର୍ଶ ଡିଭାଉଡରକୁ ପିଡିହେବା ସହ ବସକୁ ମମଧ୍ୟ ପିଟି ହୋଇ ପଡିଥିଲା। ଫଳରେ କାର ଚାଳକ ରଣଝାଲିର ଅତୁଲ୍ୟ ଭୋଳ (୫୧)ଗୁରୁତର ଭାବରେ ଆହାତ ହୋଇଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡମେଡିକାଲକୁ ଚିକିସା ଲାଗି ନେଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଖବରପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳକୁ ଯାଇ ଉଭୟ ଗାଡି ଦକ୍ଷିଣେଶ୍ବରକାଳୀ ବସ ନଂ ଓଡି ୦୭ ଏଡି ୫୧୪୧ ଓ କାର ନଂ ଓଡି ୦୨ ସିଏ ୯୧୬୧କୁ ଜବତ କରି ତଦନ୍ତ ଚଲାଇଛନ୍ତି।