ଅବଧି ସରିଲା, କାର୍ଯ୍ୟ ଅସମ୍ପୂର୍ଣ୍ଣ

ସଇଁତଳା,୨୯ା୧୨(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଛନଛଡ଼ା-ପେଣ୍ଡରାମାଲ ରାସ୍ତାରେ ଥିବା ଲାନ୍ଥ ନଦୀ ଉପରେ ବିଜୁ ସେତୁ ଯୋଜନାରେ ଆରମ୍ଭ ହୋଇଥିବା ବ୍ରିଜ ନିର୍ମାଣର ଅବଧି ଇତିମଧ୍ୟରେ ଶେଷ ହୋଇଛି। ହେଲେ ଦଶଭାଗରୁ ଏକଭାଗ ମଧ୍ୟ କାମ ସରି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ପୋଲ ନିର୍ମାଣ ହେଲେ ପାଟଣାଗଡ଼, ବେଲପଡ଼ା, ଟିକ୍ରାପଡ଼ା, କଣ୍ଟାବାଞ୍ଜି ଆଦି ସ୍ଥାନକୁ ୩୦ରୁ ୪୦ କିମି ଏବଂ ଟିଟିଲାଗଡ଼ ଉପଖଣ୍ଡକୁ ୩୦ କିମି ଦୂରତ୍ୱ ହ୍ରାସ ପାଇବ ବୋଲି ଅଞ୍ଚଳବାସୀ ଯେଉଁ ଆଶାପୋଷଣ କରିଥିଲେ ତାହା ସାକାର ହୋଇ ପାରିନାହିଁ।
୪ବର୍ଷ ତଳେ ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁ କରମତଲା ଓ ଧରବଗଡ଼ ପଞ୍ଚାୟତକୁ ସଂଯୋଗ କରୁଥିବା ଏହି ବ୍ରିଜ ନିର୍ମାଣ ପାଇଁ ଶୁଭ ଦେଇଥିଲେ। ୧୨କୋଟି ୬୬ଲକ୍ଷ ୨୦ହଜାର ଟଙ୍କା ବ୍ୟୟ ଅଟକଳରେ ୨୦୨୨ ଏପ୍ରିଲ ୨୯ରେ କାମ ଆରମ୍ଭ ହୋଇ ତା୨୮ା୧୦ା୨୦୨୩ରିଖରେ କାର୍ଯ୍ୟ ସମାପ୍ତ ପାଇଁ ସରକାରୀ ନିର୍ଦ୍ଦେଶ ଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କରାଯାଉଥିବା ଏହି ପୋଲ କାମ ଶ୍ରୀଶ୍ୟାମଜୀ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ଼ ଉପରେ ନ୍ୟସ୍ତ ରହିଛି। ଗତ କିଛି ମାସ ହେବ ଠିକାସଂସ୍ଥା କାମ ବନ୍ଦ ରଖିଥିବାବେଳେ ବିଭାଗୀୟ ଯନ୍ତ୍ରୀମାନଙ୍କର ଦେଖାନାହିଁ। କାର୍ଯ୍ୟ ସମାପ୍ତି ଅବଧି ସରିଯାଇଥିଲେ ମଧ୍ୟ ଦଶ ଭାଗରୁ ଏକ ଭାଗ କାମ ସମାପ୍ତ ହୋଇନାହିଁ। ଯାହାବି କାମ ହୋଇଛି ତାହା ନିମ୍ନମାନର। ଦୁଇଟି ପିଲାର ଗୋଟିଏ ପଟକୁ ଢ଼ଳି ଯାଇଥିବା ସାଧାରଣରେ ଅଭିଯୋଗ ହେଉଛି। ଠିକାସଂସ୍ଥାର ଜନୈକ କର୍ମଚାରୀଙ୍କୁ ପଚାରିବାରୁ ଅଭିଜ୍ଞ ପାଣି ବୁଡ଼ାଳୀ ମିଳିପାରୁ ନ ଥିବାରୁ କାମ ବନ୍ଦ ହୋଇ ପଡ଼ି ରହିଛି। ସେହିପରି ଧରବଗଡ଼ର ପୂର୍ବତନ ସରପଞ୍ଚ ସତ୍ୟନାରାୟଣ ପଣ୍ଡା ତୁରନ୍ତ କାମ ଆରମ୍ଭ କରି ଆସନ୍ତା ବର୍ଷ ବର୍ଷା ପୂର୍ବରୁ ସମାପ୍ତ କରିବାକୁ ଦାବି କରିଛନ୍ତି। ପୋଲ କାମ ତୁରନ୍ତ ଆରମ୍ଭ କରା ନ ଗଲେ ଛନଛଡ଼ା ଓ ଧରବଗଡ଼ ପଞ୍ଚାୟତ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସେଲିବ୍ରିଟିଙ୍କୁ ମହାକାଶ ପଠାଇଲା ବ୍ଲୁ ଅରିଜିନ୍‌

ଓ୍ବାଶିଂଟନ,୧୪।୪:ପପ୍‌ ଗାୟିକା କେଟି ପେରୀ ଏବଂ ଆମେରିକୀୟ ଟିଭି ବ୍ୟକ୍ତିତ୍ୱ ଗେଲେ କିଙ୍ଗ୍‌ଙ୍କ ସମେତ ୬ ମହିଳା ସେଲିବ୍ରିଟିଙ୍କୁ ନେଇ ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ୍‌ର...

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଭାଜପା ତରଫରୁ ବ୍ଲକ୍‌ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image