ଅରୁନ୍ଧତୀକୁ ଟାଇମ୍ସ ଆଇକନ୍‌ ଅଫ୍‌ ଓଡ଼ିଶା ଆଓ୍ବାର୍ଡ

ଭୁବନେଶ୍ୱର,୩।୧୦: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସକୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ‘ଟାଇମ୍ସ ଆଇକନ ଅଫ ଓଡିଶା ଆଓ୍ବାର୍ଡ’ରେ ସମ୍ମାନିତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ ପକ୍ଷରୁ ନିକଟରେ ଆୟୋଜିତ ଟାଇମ୍ସ ଆଇକନ ଅଫ ଓଡିଶା-୨୦୨୪ ସମ୍ମାନ ସମାରୋହ ଉତ୍ସବରେ ଅରୁନ୍ଧତୀ ଜୁଏଲର୍ସକୁ ଉକ୍ତ ପୁରସ୍କାର ଦିଆଯାଇଛି। ଏପରିକି ଦୀର୍ଘ ୨୫ ବର୍ଷ ଧରି ଅଳଙ୍କାର ବଜାରରେ ଉଲ୍ଲେଖନୀୟ ସଫଳତା ପାଇଁ ଅରୁଡ଼୍ଦତୀ ଜୁଏଲର୍ସକୁ ଏହି ସମ୍ମାନ ପ୍ରଦାନ କରାଯାଇଛି।ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ହୋଟେଲ କ୍ରାଉନଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅରୁନ୍ଧତୀ ଜୁଏଲର୍ସର ଏମଡି ତଥା ପ୍ରତିଷ୍ଠାତା ବ୍ରହ୍ମାନନ୍ଦ ମେହେରଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ।
ଏ ସମ୍ପର୍କରେ ଅରୁନ୍ଧତୀ ଜୁଏଲର୍ସର ଏମଡି ତଥା ପ୍ରତିଷ୍ଠାତା ବ୍ରହ୍ମାନନ୍ଦ ମେହେର କହିଥିଲେ, ଆଗାମୀ ଦିନରେ ମଧ୍ୟ ଆମେ ଆମର କର୍ତ୍ତବ୍ୟପରାୟଣଭାବକୁ ବଜାୟ ରଖିବା ସହିତ ଓଡିଶା ଓ ଓଡ଼ିଆ ଜାତି, ଐତିହ୍ୟକୁ ସର୍ବଦା ଉନ୍ନତି ପଥରେ ଅଗ୍ରସର କରାଇବା ପାଇଁ ଆବଶ୍ୟକ କାର୍ଯ୍ୟ ଜାରି ରଖିବୁ ବୋଲି ସେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଆହାଟୀରେ ପତଞ୍ଜଳିର ଅତ୍ୟାଧୁନିକ ଓ୍ବେଲ୍‌ନେସ୍‌ ସେଣ୍ଟର

ନୂଆଦିଲ୍ଲୀ,୩।୧୦: ଦେଶର ଅଗ୍ରଣୀ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ଯୋଗପୀଠର ଅତ୍ୟାଧୁନିକ ଓ୍ବେଲ୍‌ନେସ୍‌ ସେଣ୍ଟର ଆସାମର ଗୁଆହାଟୀଠାରେ ଉଦ୍‌ଘାଟିତ ହୋଇଯାଇଛି। ନର୍ଥ ଇଣ୍ଡିଆର ପ୍ରଥମ ଇଣ୍ଟଗ୍ରେଟେଡ୍‌...

୩୦,୦୦୦ରୁ କମ୍‌ ମୂଲ୍ୟରେ ୨ଲକ୍ଷରୁ ଅଧିକ ମୋବାଇଲ ବିକ୍ରି

ନୂଆଦିଲ୍ଲୀ,୩।୧୦: ପାର୍ବଣ ପୂର୍ବରୁ ଇ କର୍ମସ ପ୍ଲାଟ୍‌ଫର୍ମଗୁଡିକ ପକ୍ଷରୁ ଆକର୍ଷଣୀୟ ରିହାତି ସାଙ୍ଗକୁ ସ୍ବତନ୍ତ୍ର ସେଲ୍‌ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ସେଲ୍‌ ଜରିଆରେ ପ୍ରଦାନ...

ରିଲାଏନ୍ସ ଟ୍ରେଣ୍ଡସର ଜବରଦସ୍ତ ଦୁର୍ଗାପୂଜା ଅଫର୍‌

ମୁମ୍ବାଇ,୨ା୧୦:ଚଳିତ ବର୍ଷର ପାର୍ବଣ ଋତୁରେ ଗ୍ରାହକଙ୍କ ପାଇଁ ଖୁସି ଓ ଆନନ୍ଦ ଆଣିବା ସହ ଭାରତର ସର୍ବବୃହତ୍‌ ଓ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲର...

ବଦଳିଲା ପିପିଏଫ୍‌ ଆକାଉଣ୍ଟ ସମ୍ପର୍କିତ ନିୟମ

ଭୁବନେଶ୍ୱର,୨।୧୦(ଅନୁରାଧା ମହାରଣା):ପବ୍ଲିକ୍‌ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟ (ପିପିଏଫ୍‌ ଆକାଉଣ୍ଟ) ସହ ଜଡ଼ିତ ନିୟମରେ ପରିବର୍ତ୍ତନ କରାଯାଇଛି। ଅକ୍ଟୋବର ୧ ତାରିଖରୁ ଡାକଘର ମାଧ୍ୟମରେ ଖୋଲାଯାଇଥିବା ଆକାଉଣ୍ଟରେ...

ଦିନକରେ ନିବେଶକ ହରାଇଲେ ୩.୫ ଲକ୍ଷ କୋଟି

ମୁମ୍ବାଇ,୧।୧୦: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ସାଙ୍ଗକୁ ଦରବୃଦ୍ଧି ଜନିତ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ପୁଞ୍ଜି ବଜାରର କାରବାର ଉପରେ ବଡଧରଣର ପଡିଛି। ଫଳରେ ଘରୋଇ ଶେୟାର ବଜାରର ନିବେଶକମାନେ...

କଳାମନ୍ଦିରକୁ ଟାଇମ୍ସ ଆଇକନ୍‌ ଅଫ୍‌ ଓଡ଼ିଶା ପୁରସ୍କାର

ଭୁବନେଶ୍ୱର,୧।୧୦ ରାଜ୍ୟର ଅଗ୍ରଣୀ ଫ୍ୟାଶନ ଶୋ’ରୁମ୍‌ କଳାମନ୍ଦିରକୁ ନିକଟରେ ଟାଇମ୍ସ ଆଇକନ୍ସ ଅଫ୍‌ ଓଡ଼ିଶା-୨୦୨୪ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର...

ଭୁବନେଶ୍ୱର ‘ସୂତା’ ଆଉଟଲେଟର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧।୧୦(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ହାଣ୍ଡଲୁମ ଷ୍ଟାର୍ଟଅପ ବ୍ରାଣ୍ଡ ‘ସୂତା’ (ଭୁବନେଶ୍ୱରର ସୂତା ଆଉଟଲେଟ) ର ପ୍ରଥମ ବାର୍ଷିକ ଉତ୍ସବ ସୋମବାର ପାଳିତ...

ଅରୁନ୍ଧତୀକୁ ଟାଇମ୍ସ ଆଇକନ୍‌ ଅଫ୍‌ ଓଡ଼ିଶା ଆଓ୍ବାର୍ଡ

ଭୁବନେଶ୍ୱର,୧।୧୦:ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସକୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ‘ଟାଇମ୍ସ ଆଇକନ ଅଫ ଓଡିଶା ଆଓ୍ବାର୍ଡ’ରେ ସମ୍ମାନିତ କରାଯାଇଛି। ଉଲ୍ଲେଖଯୋଗ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri