Categories: ବାଣିଜ୍ୟ

ଅରୁନ୍ଧତୀକୁ ଟାଇମ୍ସ ଆଇକନ୍‌ ଅଫ୍‌ ଓଡ଼ିଶା ଆଓ୍ବାର୍ଡ

ଭୁବନେଶ୍ୱର,୧।୧୦:ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସକୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ‘ଟାଇମ୍ସ ଆଇକନ ଅଫ ଓଡିଶା ଆଓ୍ବାର୍ଡ’ରେ ସମ୍ମାନିତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ ପକ୍ଷରୁ ନିକଟରେ ଆୟୋଜିତ ଟାଇମ୍ସ ଆଇକନ ଅଫ ଓଡିଶା-୨୦୨୪ ସମ୍ମାନ ସମାରୋହ ଉତ୍ସବରେ ଅରୁନ୍ଧତୀ ଜୁଏଲର୍ସକୁ ଉକ୍ତ ପୁରସ୍କାର ଦିଆଯାଇଛି। ଏପରିକି ଦୀର୍ଘ ୨୫ ବର୍ଷ ଧରି ଅଳଙ୍କାର ବଜାରରେ ଉଲ୍ଲେଖନୀୟ ସଫଳତା ପାଇଁ ଅରୁଡ଼୍ଦତୀ ଜୁଏଲର୍ସକୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ହୋଟେଲ କ୍ରାଉନଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅରୁନ୍ଧତୀ ଜୁଏଲର୍ସର ଏମଡି ତଥା ପ୍ରତିଷ୍ଠାତା ବ୍ରହ୍ମାନନ୍ଦ ମେହେରଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ।
ଏ ସମ୍ପର୍କରେ ଅରୁନ୍ଧତୀ ଜୁଏଲର୍ସର ଏମଡି ତଥା ପ୍ରତିଷ୍ଠାତା ବ୍ରହ୍ମାନନ୍ଦ ମେହେର କହିଥିଲେ, ଆଗାମୀ ଦିନରେ ମଧ୍ୟ ଆମେ ଆମର କର୍ତ୍ତବ୍ୟପରାୟଣଭାବକୁ ବଜାୟ ରଖିବା ସହିତ ଓଡିଶା ଓ ଓଡ଼ିଆ ଜାତି, ଐତିହ୍ୟକୁ ସର୍ବଦା ଉନ୍ନତି ପଥରେ ଅଗ୍ରସର କରାଇବା ପାଇଁ ଆବଶ୍ୟକ କାର୍ଯ୍ୟ ଜାରି ରଖିବୁ ବୋଲି ସେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।

Share