Categories: ବାଣିଜ୍ୟ

କଳାମନ୍ଦିରକୁ ଟାଇମ୍ସ ଆଇକନ୍‌ ଅଫ୍‌ ଓଡ଼ିଶା ପୁରସ୍କାର

ଭୁବନେଶ୍ୱର,୧।୧୦ ରାଜ୍ୟର ଅଗ୍ରଣୀ ଫ୍ୟାଶନ ଶୋ’ରୁମ୍‌ କଳାମନ୍ଦିରକୁ ନିକଟରେ ଟାଇମ୍ସ ଆଇକନ୍ସ ଅଫ୍‌ ଓଡ଼ିଶା-୨୦୨୪ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଳାମନ୍ଦିରର ପରିଚାଳନା ନିର୍ଦ୍ଦେଶକ ରାଜିନ୍ଦର ସିଂଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରିଥିଲେ।
ଉଲ୍ଲେଖଯୋଗ୍ୟ, କଳାମନ୍ଦିର ଫ୍ୟାଶନ ଶୋ’ରୁମ୍‌ ଗ୍ରାହକମାନଙ୍କ ମଧ୍ୟରେ ଏହାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

Share