ଟାଇମ୍ସ ନାଓ ବିଜ୍‌ନେସ ଏକ୍ସିଲେନ୍ସ ଆୱାର୍ଡ:ସୋଆକୁ ୭ ସମ୍ମାନ

ଭୁବନେଶ୍ୱର, ୨୪।୬(ଅସମାପିକା ସାହୁ):ପୂର୍ବ ଭାରତର ଶ୍ରେଷ୍ଠ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ କଲେଜ ଭାବେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନିକାଲ ଏଜୁକେଶନ ଆଣ୍ଡ୍‌ ରିସର୍ଚ୍ଚ(ଆଇଟିଇଆର) ଓ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ବିଜ୍‌ନେସ ଆଣ୍ଡ୍‌ କମ୍ପ୍ୟୁଟର ଷ୍ଟଡିଜ୍‌(ଆଇବିସିଏସ)କୁ ‘ଟାଇମ୍ସ ନାଓ ବିଜ୍‌ନେସ ଏକ୍ସିଲେନ୍ସ ଆୱାର୍ଡ’ ପ୍ରଦାନ କରାଯାଇଛି। କୋଲକାତାଠାରେ ଅନୁଷ୍ଠିତ ଟାଇମ୍ସ ନାଓ ବିଜ୍‌ନେସ ଏକ୍ସିଲେନ୍ସ ଆୱାର୍ଡ ଇଷ୍ଟ ୨୦୨୪ରେ ସୋଆକୁ ମୋଟ ୭ଟି ସମ୍ମାନ ମିଳିଛି। ସେହିପରି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସେସ ଆଣ୍ଡ୍‌ ସମ ହସ୍ପିଟାଲକୁ ରାଜ୍ୟର ଏକ ନମ୍ବର ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଭାବେ ଏହାର ଅଙ୍କୋଲୋଜି, କାର୍ଡିଓଲୋଜି ଆଣ୍ଡ କାର୍ଡିଆକ ସର୍ଜରୀ, ୟୁରୋଲୋଜି, ନ୍ୟୁରୋଲୋଜି ଏବଂ ନେଫ୍ରୋଲୋଜି ବିଭାଗଗୁଡ଼ିକୁ ଶ୍ରେଷ୍ଠ ବିଭାଗ ଭାବେ ସମ୍ମାନ ପ୍ରଦାନ କରାଯାଇଛି।
ଅଭିନେତା, ନିର୍ଦ୍ଦେଶକ ତଥା ସାମାଜିକ କର୍ମୀ ସୋନୁ ସୁଦ, ବଲିଉଡ୍‌ ଓ ବଙ୍ଗଳା ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ପରମବ୍ରତ ଚାଟାର୍ଜୀ ଏବଂ ଆଲାଏନ୍ସ ଫ୍ରାନ୍‌କେସ ଡୁ ବେଙ୍ଗଲର ନିର୍ଦ୍ଦେଶକ ନିକୋଲାସ ଫାସିନୋ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ସୋଆକୁ ୭ ସମ୍ମାନ ପ୍ରଦାନ କରିଥିଲେ। ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟର କଣ୍ଟ୍ରୋଲର ଅଫ୍‌ ଏକ୍‌ଜାମିନେଶନ ପ୍ରଫେସର ମଞ୍ଜୁଳା ଦାସ ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ଶୁଭଦର୍ଶିନୀ ମିଶ୍ର ଅତିଥିଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ଏଥିସହ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ଏବଂ ବିଭିନ୍ନ ଉନ୍ନତିମୂଳକ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ଟାଇମ୍ସ ନାଓ ବିଜନେସ ଏକ୍ସିଲେନ୍ସ ଆୱାର୍ଡ ପ୍ରଦାନ କରାଯାଇଥିଲା।

Share