ଟିଫିନ ବୋମା ଜବତ

ଫିରିଙ୍ଗିଆ,୧ା୯(ବିକ୍ରମ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ କିଛି ମାସ ପୂର୍ବେ ସୁମରୁବନ୍ଧ ଅଞ୍ଚଳର ପୁରୁଣା ସରପଞ୍ଚଙ୍କୁ ମାଓବାଦୀ ହତ୍ୟା କରିଥିଲେ। ସେହିପରି ଫିରିଙ୍ଗିଆ ଥାନା ପୋଡି ଘଟଣାରେ ନିରୀହ ଲୋକଙ୍କୁ ଜେଲ ପଠାଇବାକୁ ବିରୋଧ ଏବଂ ଗଞ୍ଜେଇ ଚାଷକୁ ମାନ୍ୟତା ଦେବା ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ କେକେବିଏନ ଡିଭିଜନ ମାଓ ସଂଗଠନ। ଏହି ଘଟଣାକୁ ନେଇ ସାଢ଼ିଙ୍ଗିଆ କ୍ୟାମ୍ପଠାରେ ଥିବା ୯୯ ବାଟାଲିଅନ ବିଏସଏଫ ଯବାନ ଟିକରପଦର ଗ୍ରାମ ପାଖ ଜଙ୍ଗଲରେ କୋମ୍ବିଂ ଅପରେଶନ ଜୋରଦାର କରିଥିଲା। ଶୁକ୍ରବାର ସକାଳେ ଟିକରପଦର ଜଙ୍ଗଲରୁ ୨ ଲିଟର ଟିଫିନ ବକ୍ସ, ୫୦ ଗ୍ରାମ ଜିଲୋଟିନ, ୬ ଭୋଲ୍ଟ କସ୍ମସ ବ୍ୟାଟେରୀ, ଗୋଟିଏ ଜିଲେଟ ବ୍ଲେଡ, ଟେପ, ସହ ଜୀବନ୍ତ ଲ୍ୟାଣ୍ଡ ମାଇନ ଉଦ୍ଧାର କରିଛି । ସେହିପରି ଜଙ୍ଗଲରେ ଲ୍ୟାଣ୍ଡ ମାଇନ ବିଛା ଯାଇଥିବା ଖବର ପାଇ ପ୍ରାୟ ୧୪ ଘଣ୍ଟାରୁ ଅଧିକ ସମୟ ଅପରେଶନ ପରେ ଲ୍ୟାଣ୍ଡ ମାଇନ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି l