ଅମ୍ବାନୀ ପରିବାର ନିଜର ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହି ପରିବାର ୨ ବୋହୂ ନୀତା ଏବଂ ଟୀନା ଅମ୍ବାନୀ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ନୀତା ସବୁବେଳେ ଲାଇମ୍ଲାଇଟ୍ରେ ରହିବାକୁ ପସନ୍ଦ କରୁଥିବା ବେଳେ ଟୀନା ଏହାଠାରୁ ବହୁ ଦୂରରେ। ଉଭୟଙ୍କୁ ଖୁବ୍ କମ୍ ଏକତ୍ର ଦେଖିବାକୁ ମିଳିଥାଏ। ଜାଣିବା ଅମ୍ବାନୀ ପରିବାରର ଏହି ୨ ବୋହୂଙ୍କ ବିଷୟରେ।
ଧୀରୁଭାଇ ଅମ୍ବାନୀଙ୍କ ୨ ବୋହୂ ହେଉଛନ୍ତି ଟୀନା ଓ ନୀତା। ଟୀନା ଅନୀଲ ଅମ୍ବାନୀଙ୍କୁ ବିବାହ କରିଥିବା ବେଳେ ନୀତା ଅମ୍ବାନୀ ମୁକେଶଙ୍କୁ ବିବାହ କରିଛନ୍ତି। ବିବାହ ପରେ ଅମ୍ବାନୀ ପରିବାରର ଏହି ୨ ବୋହୂଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳିିଯାଇଛି।
ଟୀନା ବିବାହ ପୂର୍ବରୁ ବଲିଉଡ୍ ଅଭିନେତ୍ରୀ ଥିଲେ। ସେ ୩୫ରୁ ଊର୍ଦ୍ଧ୍ୱ ସିନେମାରେ କାମ କରିଛନ୍ତି। ୧୯୭୫ ମସିହାରେ ଟୀନା ଅନ୍ତର୍ଜାତୀୟ କିଶୋକ ରାଜକୁମାରୀ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରି ବିଜୟୀ ମଧ୍ୟ ହୋଇଥିଲେ। ତାଙ୍କର ଫ୍ୟାଶନ ଏବଂ ସୌନ୍ଦର୍ଯ୍ୟ ଅନୀଲଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଲେ। ବିବାହ ପରେ ଟୀନା ଅଭିନୟ ସହ ଗ୍ଲାମର ଜଗତରୁ ମଧ୍ୟ ଦୂରେଇ ଗଲେ।
ସେହିପରି ଟୀନା ମଧ୍ୟବୀତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଘର ଚଳାଇବା ପାଇଁ ସେ ଏକ ସ୍କୁଲରେ ପାଠ ପଢ଼ାଉଥିଲେ। ଏଥିପାଇଁ ତାଙ୍କୁ ମାସକୁ ୮ଶହ ଟଙ୍କା ମିଳୁଥିଲା। ଏହି ସମୟରେ ନୀତା ଫ୍ୟାଶନ ଏବଂ ଗ୍ଲାମର ଦୂନିଆଠାରୁ ବହୁତ ଦୂରରେ ଥିଲେ। ଏକ କାର୍ଯ୍ୟକ୍ରମରେ ନୀତା ଭାରତନାଟ୍ୟକ କରୁଥିଲେ। ତାଙ୍କର ଏହି ନୃତ୍ୟ ଦେଖି ମୁକେଶଙ୍କ ବାପା ଧିରୁଭାଇ ବହୁତ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କୁ ନିଜ ଘରର ବୋହୁ କରିବାକୁ ନିଷ୍ପତ୍ତି ନେଇଥିଲେ। ବିବାହ ପରେ ନୀତାଙ୍କର ଲାଇଫ୍ଷ୍ଟାଇଲ ବଦଳିଗଲା। ୨୦୧୦ରେ ମୁକେଶ ଏବଂ ନୀତା ରିଲାଏନ୍ସ ଫାଉଣ୍ଡେଶନ ପ୍ରତିଷ୍ଠା କଲେ। ଏହାର ଅଧ୍ୟକ୍ଷ ହେଉଛନ୍ତି ନୀତା। ସେ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ମଧ୍ୟ।