ବିଶ୍ୱ ମାତୃ ଦିବସ ଉପଲକ୍ଷେ ସୋସିଆଲ ମିଡିଆରେ ମା’ଙ୍କ ପାଇଁ ଶୁଭେଚ୍ଛାର ବାର୍ତ୍ତା ଛାଇ ଯାଇଥିଲା। ଏଥିମଧ୍ୟରୁ ସବୁଠୁ ଚର୍ଚ୍ଚାରେ ରହିଛି ଟିନା ଅମ୍ବାନୀ ଶାଶୁଙ୍କ ପାଇଁ ଲେଖିଥିବା କିଛି ହୃଦୟସ୍ପର୍ଶୀ ବାର୍ତ୍ତା। ଯାହା ଏବେ ଖୁବ୍ ଭାଇରାଲ ହେଉଛି।
ଟିନା ତାଙ୍କ ଶାଶୁ କୋକିଳାବେନ୍ଙ୍କ ପାଇଁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ଲେଖିଛନ୍ତି,‘ଦୁନିଆର ସବୁଠୁ ପ୍ରିୟ ସ୍ଥାନ ହେଉଛି ମା’ର କୋଳ, ଯେଉଁଠି ମିଳିଥାଏ ଶାନ୍ତି ଆଉ ଅପୂର୍ବ ପ୍ରେମ। ମା’ଠାରୁ ଖୁସି ଦେବା କୌଣସି ଜିନିଷ ନାହିଁ। ମୋର ଦୁଇ ମା’ଙ୍କୁ ବହୁତ ବହୁତ ଭଲପାଇବା। ସ୍ନେହ ଶ୍ରଦ୍ଧା। ପ୍ରଥମ ଫଟୋରେ ସେ ଦୁଇ ପୁଅଙ୍କ ସହିତ ନଜର ଆସିଥିବା ବେଳେ ଦ୍ୱିତୀୟ ଫଟୋରେ ସେ ତାଙ୍କ ମା’ଙ୍କ ଫଟୋ ଶେୟାର କରିଛନ୍ତି। ଶେଷରେ ଶାଶୁମା କୋକିଳାବେନ୍ଙ୍କ ଫଟୋ ଶେୟାର କରି ହାପି ମଦର୍ସ ଡେ’ ଲେଖିଛନ୍ତି।