Categories: ଜାତୀୟ

ଆଜି ବିବାହ କରିବେ ଟିନା ଡାବି

ଜୟପୁର,୨୦।୪: ଚର୍ଚ୍ଚିତ ଆଇଏଏସ ଅଫିସର ଟିନା ଡାବି ଏବଂ ଡ. ପ୍ରଦୀପ ଗାୱାଣ୍ଡେ ସହ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଜୟପୁରରେ ଏକ ପ୍ରାଇଭେଟ ସେରିମନିରେ ଉଭୟ ବିବାହ କରିବେ। ଆସନ୍ତା ଏପ୍ରିଲ ୨୨ରେ ଜୟପୁରର ଏକ ହୋଟେଲରେ ଉଭୟଙ୍କର ରିସେପ୍ସନ ପାର୍ଟି ରହିଛି। ଏଥିପାଇଁ ନିମନ୍ତ୍ରଣ ପତ୍ର ଛପା ସରିଛି।
ତେବେ ବିବାହ ଉତ୍ସବରେ ଭଭୟଙ୍କର କିଛି ଖାସ ଅତିଥ ଯୋଗ ଦେବେ ବୋଲି ଜଣାପଡିଛି।

୨୦୧୬ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଡାବି ରାଜସ୍ଥାନ କ୍ୟାଡରର ହୋଇଥିବା ବେଳେ ତାଙ୍କ ପାର୍ଟନର ପ୍ରଦୀପ ଗାୱାଣ୍ଡେ ୨୦୧୩ ବ୍ୟାଚ୍‌ ଆଇଏଏସ ଅଫିସର। ଉଭୟେ ରାଜସ୍ଥାନରେ ପୋଷ୍ଟିଂ ହୋଇଛନ୍ତି। ଟିନା ବର୍ତ୍ତମାନ ରାଜସ୍ଥାନ ସରକାରଙ୍କ ଅର୍ଥ ବିଭାଗଗରେ ଯୁଗ୍ମ ନିର୍ଦ୍ଦେଶକ ଥିବା ବେଳେ ପ୍ରଦୀପ ଗାୱାଣ୍ଡେ ଐତିହ୍ୟ ଏବଂ ସଂଗ୍ରହାଳୟର ନିର୍ଦ୍ଦେଶକ ଅଛନ୍ତି।

Share