ସାଉଥ ଫିଲ୍ମରେ ଡେବ୍ୟୁ କରିବେ ‘ବିଗ୍‌ବସ୍‌-୧୬’ଫେମ୍‌ ଟିନା ଦତ୍ତ, ମିଳିଲା ଅଫର…

ମୁମ୍ବାଇ: ରିଆଲିଟି ଶୋ ‘ବିଗ୍‌ବସ୍‌’ ଅନେକ ପ୍ରତିଯୋଗୀଙ୍କ ଭାଗ୍ୟକୁ ଉଜ୍ଜ୍ୱଳ କରିଛି। ଏହି ଶୋ’ର ପ୍ରତିଯୋଗୀମାନଙ୍କୁ
ଅନେକ ଅଫର ମିଳେ। ନିମୃତ କୌର ଅହଲୁଓ୍ବାଲିଆଠାରୁ ଶାଲିନ ଭାନୋଟ ପର୍ଯ୍ୟନ୍ତ ‘ବିଗ୍‌ବସ୍‌-୧୬’ର ଅନେକ ପ୍ରତିଯୋଗୀ ବର୍ତ୍ତମାନ କାମ ପାଇଛନ୍ତି। ଇତି ମଧ୍ୟରେ ଟେଲି ଅଭିନେତ୍ରୀ ଟିନା ଦତ୍ତ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଟିନାଙ୍କୁ ‘ବିଗ୍‌ବସ୍‌-୧୬’ ଦେଖିବାକୁ ମିଳୁଛି। ବର୍ତ୍ତମାନ ଖବର ଅନୁଯାୟୀ
ଟିନାଙ୍କର ଲଟେରୀ ଲାଗିଯାଇଛି। ସାଉଥ ଇଣ୍ଡଷ୍ଟ୍ରିର ବ୍ଲକବଷ୍ଟର ଫିଲ୍ମରେ ସେ ହିରୋଇନ ଭାବରେ ମନୋନୀତ ହୋଇଛନ୍ତି। ‘ବିଗ୍‌ବସ୍‌-୧୬’ ପରେ ସାଉଥ ଇଣ୍ଡଷ୍ଟ୍ରିରେ ଟିନାକୁ ଏକ ବ୍ଲକବଷ୍ଟର ଫିଲ୍ମ ଅପେକ୍ଷା କରିଛି। ରିପୋର୍ଟ ଅନୁଯାୟୀ, ଆଗାମୀ ସାଉଥ ବ୍ଲକବଷ୍ଟର ଚଳଚ୍ଚିତ୍ର ପାଇଁ ଟିନା ଦତ୍ତଙ୍କୁ ଚୟନ କରାଯାଇଛି। ଏହି ଚଳଚ୍ଚିତ୍ର ତେଲୁଗୁ ଭାଷାରେ ହେବ। ଏହା ଟିନା ଦତ୍ତଙ୍କ ତେଲୁଗୁ ଡେବ୍ୟୁ ହେବ ବୋଲି କୁହାଯାଉଛି। ବିଶେଷ କଥା ହେଉଛି କି ଏହି ଚଳଚ୍ଚିତ୍ରରେ ଟିନା ମୁଖ୍ୟ ନାୟିକାରେ ନଜର ଆସିବେ।

ଟିନା ଦୀର୍ଘ ୨୫ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ। ମାତ୍ର ୫ ବର୍ଷ ବୟସରେ ସେ ଅଭିନୟ ଆରମ୍ଭ କରିଥିଲେ। ଟିନା ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ବହୁତ ସକ୍ରିୟ ଥିଲେ ଏବଂ ଏହା ପରେ ସେ ହିନ୍ଦୀ ଟେଲି ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ।

Share