ଫେବୃୟାରୀ ୨ ଅର୍ଥାତ୍ ବୁଧବାର ବିଶିଷ୍ଟ ଉଦ୍ୟୋଗପତି ଅନିଲ ଅମ୍ବାନୀ ଏବଂ ଟିନା ଅମ୍ବାନୀ ସେମାନଙ୍କର ୩୧ ତମ ବିବାହ ବାର୍ଷିକୀ ପାଳନ କରିଥିଲେ। ଏହି ବିଶେଷ ଅବସରରେ ଟିନା ତାଙ୍କ ଇନଷ୍ଟାଗ୍ରାମରେ ଅନେକ ପୁରୁଣା ଫଟୋ ଶେୟାର କରିଛନ୍ତ। ଫଟୋ ସହିତ ସେ ଅନିଲଙ୍କ ପାଇଁ ଏକ ସ୍ବତନ୍ତ୍ର ବାର୍ତ୍ତା ମଧ୍ୟ ଲେଖିଛନ୍ତି, ସେ ଲେଖିଛନ୍ତି, ‘ପ୍ରକୃତରେ ଉଦାର, ଚମତ୍କାର ସ୍ବାମୀ’।
ସେ ଲେଖିଛନ୍ତି, ‘୩୧ ବର୍ଷର ପ୍ରେମ, ଏକାଠି ହସିବା, ଏକାଠି ରହିବା। ଆହୁରି ମଧ୍ୟ ଲେଖିଛନ୍ତି, ଉଦାର, ଚମତ୍କାର ସ୍ବାମୀଙ୍କୁ ବିବାହ ବାର୍ଷିକୀର ଶୁଭେଚ୍ଛା। ଅନିଲ ତୁମେ ମୋତେ ସମ୍ପୂର୍ଣ୍ଣ କରିଛ।’ ଟିନା ଅମ୍ବାନୀ ତାଙ୍କ ଫ୍ୟାମିଲି ଆଲବମ୍ରୁ ୪ଟି ଥ୍ରୋବ୍ୟାକ୍ ଫଟୋ ଶେୟାର କରିଛନ୍ତି। ପ୍ରଥମଟି ହେଉଛି ସେମାନଙ୍କ ବିବାହ ବେଳ ଫଟୋର। ସିନ୍ଦୂର ଲଗାଇବା ସମୟର । ତାଙ୍କର ଏହି ଫଟୋଗୁଡ଼ିକୁ ୟୁଜରମାନେ ଖୁବ୍ ପସନ୍ଦ କରିବା ସହ ଉଭୟଙ୍କୁ ବିବାହ ବାର୍ଷିକୀର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ଅନିଲ ଏବଂ ଟିନା ୧୯୯୧ରେ ବିବାହ କରିଥିଲେ।