Posted inଜାତୀୟ

ହନି ଟ୍ରାପ୍‌ରେ ଫସାଇ ଲୁଟୁଛନ୍ତି ରେଷ୍ଟୁରାଣ୍ଟ; ସ୍ନାକ୍ସ, କେକ୍‌, ଥଣ୍ଡା ପିଇ ଯୁବକ ଗଣିଲେ ୧.୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୨୯।୬: ହନି ଟ୍ରାପ୍‌ରେ ପଡ଼ି କାଙ୍ଗାଳ ହେଲେ ଯୁବକ। ଡେଟିଂ ଆପ୍‌ରେ ସୁନ୍ଦରୀ ଯୁବତୀଙ୍କୁ ପସନ୍ଦ କରି ଠକାମିର ଶିକାର ହେଲେ ସିଭିଲ ସର୍ଭିସ ଆଶାୟୀ। କିଛି ବୁଝିବା ଆଗରୁ ରେଷ୍ଟୁରାଣ୍ଟ ବିଲ୍ ହୋଇଗଲା ୧.୨ ଲକ୍ଷ ଟଙ୍କା।

ଘଟଣା ମୁତାବକ ନିକଟରେ ‘ଟିଣ୍ଡର’ ଡେଟିଂ ଆପ୍‌ରେ ପରିଚିତ ହୋଇଥିବା ଅଭିଯୁକ୍ତ ଯୁବତୀ ‘ବର୍ଷା’ଙ୍କ ଜନ୍ମଦିନ ପାଳନ କରିବାକୁ ଠକାମିର ଶିକାର ହୋଇଥିବା ଯୁବକ ପୂର୍ବ ଦିଲ୍ଲୀରେ ଥିବା ”ବ୍ଳାକ୍ ମିରର୍ କାଫେ” ରେ ପହଞ୍ଚିଥିଲେ। ସେଠାରେ ସେମାନେ କିଛି ସ୍ନାକ୍ସ, ଦୁଇଟି କେକ୍ ଏବଂ ଚାରୋଟି ମୃଦୁପାନୀୟ ଅର୍ଡର କରିଥିଲେ। ତେବେ ହଠାତ୍ ବର୍ଷା ପରିବାରରେ କୌଣସି ଜରୁରୀ କାରଣ ପାଇଁ ସେଠାରୁ ଚାଲିଯିବା ପର୍ଯ୍ୟନ୍ତ ଡେଟିଂ ବହୁତ ସୁନ୍ଦର ଚାଲିଥିଲା।

ଏହାପରେ ଯୁବକ ଜଣକ ବାକିଥିବା ଖାଦ୍ୟ ଖାଇବା ପରେ ଯେତେବେଳେ ପେମେଣ୍ଟ କରିବାକୁ ବାହାରିଥିଲେ, ରେଷ୍ଟୁରାଣ୍ଟ ବିଲ୍ ଦେଖି ତାଙ୍କ ମୁଣ୍ଡ ଘୁରାଇ ଦେଇଥିଲା। କାରଣ ସାମାନ୍ୟ କିଛି ସ୍ନାକ୍ସ, ଦୁଇଟି କେକ୍ ଏବଂ ଚାରୋଟି ମୃଦୁପାନୀୟ ପାଇଁ ବିଲ୍ ୧,୨୧,୯୧୭.୭୦ ଟଙ୍କା ଆସିଥିଲା। ଯାହା ପ୍ରକୃତରେ ମାତ୍ର କିଛି ହଜାର ଟଙ୍କା ହେବା କଥା।

ଯୁବକ ଜଣକ ତୁରନ୍ତ ଏହି ବିଲ୍ ଉପରେ ପ୍ରତିବାଦ କରିଥିଲେ କିନ୍ତୁ ତାଙ୍କୁ ଧମକ ଦିଆଯାଇଥିଲା ଏବଂ ପେମେଣ୍ଟ ଦେବାକୁ ବାଧ୍ୟ କରାଯାଇଥିଲା। ଅକଳରେ ପଡ଼ି ଯୁବକ କାଫେ ମାଲିକଙ୍କ ମଧ୍ୟରୁ ୩୨ ବର୍ଷ ବୟସ୍କ ଅକ୍ଷୟ ପହୱାଙ୍କୁ ଅନଲାଇନରେ ଟଙ୍କା ପେମେଣ୍ଟ କରିଥିଲେ। ପହୱା ପୂର୍ବ ଦିଲ୍ଲୀର ଶାହାଦର ବାସିନ୍ଦା ଏବଂ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି।

ତେବେ ଯୁବକ ଜଣକ ସେଠାରୁ ସିଧାସଳଖ ପୋଲିସ ପାଖକୁ ଯାଇ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଏହି ଘଟଣାର ତଦନ୍ତ କରିବାକୁ ବାହାରିଥିଲା ​​ଏବଂ ଇନ୍ସପେକ୍ଟର ସଞ୍ଜୟ ଗୁପ୍ତାଙ୍କ ନେତୃତ୍ୱରେ ଏକ ଚାରିଜଣିଆ ଟିମ୍ ଗଠନ କରିଥିଲା। ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପହୱା’ଙ୍କୁ ଗିରଫ କରିଥିଲା।

ତଦନ୍ତ ବେଳେ ‘ପହୱା’ ପୋଲିସକୁ କହିଥିଲେ ଯେ ‘ବ୍ଲାକ୍ ମିରର୍ କାଫେ’ ତାଙ୍କ ବନ୍ଧୁ ଅଂଶ ଗ୍ରୋଭର ଏବଂ ୱାନ୍ସ ପହୱାଙ୍କର ଅଟେ। ଅକ୍ଷୟ ଏବଂ ବଂଶ ସମ୍ପର୍କୀୟ ହୋଇଥିବାବେଳେ ଅନଶ ସେମାନଙ୍କର ବନ୍ଧୁ ଅଟନ୍ତି। ଏହି କାଫେରେ ଆର୍ଯ୍ୟନ୍ ନାମକ ଜଣେ ବ୍ୟକ୍ତିଙ୍କ ସମେତ ଅନେକ “ଟେବୁଲ୍ ମ୍ୟାନେଜର” ନିୟୋଜିତ ହୋଇଥିଲେ; ଏବଂ ଏହି “ଟେବୁଲ୍ ମ୍ୟାନେଜର୍” ମାନେ ଜଣେ ଡିଗ୍ରାନସୁଙ୍କ ଦ୍ୱାରା ପରିଚାଳିତ ବୋଲି ସେ କହିଥିଲେ। ତେବେ ଆର୍ଯ୍ୟନ୍ ସପ୍ତମ ଡ୍ରପ୍ ଆଉଟ୍ ଏବଂ ବର୍ତ୍ତମାନ ବେକାର ବୋଲି ଜଣା ପଡ଼ିଥିଲା।

ପହୱା ମଧ୍ୟ ଛଦ୍ମନାମ (ବର୍ଷା) ୨୫ ବର୍ଷିୟ ଆଫସାନ୍ ପରଓ୍ବିନଙ୍କୁ ଏହି ଠକାମିରେ ନିୟୋଜିତ କରିଥିଲେ, ଯିଏ ଆୟେଶା ଏବଂ ନୁର ନାମରେ ମଧ୍ୟ ଯୁବକଙ୍କୁ ଫସାଇଛନ୍ତି। ଯେତେବେଳେ ପୋଲିସ୍ ପରଓ୍ବିନଙ୍କୁ ଖୋଜା ଖୋଜି କରିଥିଲା ସେ ସମୟରେ ପରଓ୍ବିନ ଅନ୍ୟ ଏକ କାଫେରେ ଥିଲେ। ସେଠାକୁ ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ସହ ସେ ଯାଇଥିଲେ, ଯାହାଙ୍କ ସହିତ ତାଙ୍କର ସାକ୍ଷାତ Shaadi.com ରେ ହୋଇଥିଲା।

ଧରାପଡ଼ିବା ପରେ ପରଓ୍ବିନ ସେମାନଙ୍କ ଠକାମିର ସମସ୍ତ ଖୁଲାସା ପୋଲିସ ନିକଟରେ କରିଥିଲେ।

ଆର୍ଯ୍ୟନ୍ ଡେଟିଂ ଆପ୍‌ରେ ପୀଡିତ(ଠକାମିର ଶିକାର ହୋଇଥିବା ଯୁବକ)ଙ୍କ ନିକଟରେ ପହଞ୍ଚି ବର୍ଷା ବୋଲି ନିଜର ପରିଚୟ ଦେଇ ତାଙ୍କ ସହ ଯୋଗାଯୋଗ କରିଥିଲେ। ସେ ପରଓ୍ବିନଙ୍କ ଫଟୋକୁ ଗୋଟିଏ ଥର ଦେଖିବା ମୋଡରେ ସେୟାର କରିଥିଲେ ଏବଂ ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ତାଙ୍କୁ ଜୁନ୍ ୨୩ ରେ ଲକ୍ଷ୍ମୀ ନଗରକୁ ନିମନ୍ତ୍ରଣ କରିଥିଲେ।

କାଫେରେ ପରଓ୍ବିନ ପାରିବାରିକ ଜରୁରୀକାଳୀନ ବାହାନା କରି ଯୋଜନା ଅନୁଯାୟୀ ସେଠାରୁ ପଳାଇଯାଇଥିଲେ ଏବଂ କାଫେ ବିଲ୍ ଯୁବକଙ୍କ ମୁଣ୍ଡରେ ଲଦି ଦେଇଥିଲେ।

ଏହି ଠକାମୀ ଯୋଜନା ଅନୁଯାୟୀ ପରଓ୍ବିନଙ୍କୁ ୧୫ %, ଟେବୁଲ୍ ଏବଂ କାଫେ ମ୍ୟାନେଜରମାନଙ୍କ ମଧ୍ୟରେ 45% ଏବଂ ଅବଶିଷ୍ଟ 40% ଟଙ୍କା ମାଲିକମାନଙ୍କୁ ଦିଆଯାଏ।

ତେବେ ଏହି ଘଟଣା ପରେ ସାଧାରଣ ଲୋକମାନଙ୍କଠାରୁ ଟଙ୍କା ଲୁଟିବା ପାଇଁ ଦିଲ୍ଲୀ-ଏନସିଆର, ମୁମ୍ବାଇ, ବାଙ୍ଗାଲୋର ଏବଂ ହାଇଦ୍ରାବାଦ ସମେତ ପ୍ରମୁଖ ମେଟ୍ରୋ ସହରରେ ଏହିପରି ଅନେକ ଠକାମୀ କରାଯାଉଛି ବୋଲି ପୋଲିସ କହିଛି।

ଏହି ଠକାମିରେ କାଫେ ମାଲିକ, ମ୍ୟାନେଜରଏବଂ ଅନ୍ୟମାନଙ୍କ ସହିତ ଜଡିତ ଏକ ସୁଚିନ୍ତିତ ଯୋଜନାରେ କାର୍ଯ୍ୟ କରୁଛନ୍ତି। ଯେଉଁମାନେ ଡେଟିଂ ଆପରେ ଯୁବକମାନଙ୍କୁ ଫସାଇ ମୋଟା ଅଙ୍କର ଟଙ୍କା ଲୁଟୁଛନ୍ତି।

ତେବେ ଏହି ମାମଲାରେ ପୋଲିସ ପରଓ୍ବିନ ଏବଂ ପହୱାଙ୍କୁ ଗିରଫ କରି ସେମାନଙ୍କ ଫୋନ ଏବଂ କାଫେ ରେଜିଷ୍ଟର ଜବତ କରିଛି। ପୋଲିସ ତଦନ୍ତ ଜାରି ରଖିଥିଲା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ପୋନ ହେଲା ନିଟ ୟୁଜି କାଉନସିଲିଂ, ଶୀଘ୍ର ଘୋଷଣା ହେବ ନୂଆ ତାରିଖ

ନୂଆଦିଲ୍ଲୀ,୬।୭: ନିଟ ୟୁଜି ୨୦୨୪ର କାଉନସିଲିଂକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛ। ଏଥିପାଇଁ ଅଲ ଇଣ୍ଡିଆ କୋଟା (ଏଆଇକ୍ୟୁ) ସିଟ କାଉନସେଲିଂ ଶନିବାର ଅର୍ଥାତ୍‌...

ଅଗ୍ନିବୀର vs ଯବାନ: ମିଳେ କେତେ ଦରମା, ଶହୀଦ ପରେ ମିଳିଥାଏ କି ସୁବିଧା

ନୂଆଦିଲ୍ଲୀ,୬।୭: ଦେଶରେ ଅଗ୍ନିବୀର ଯୋଜନାକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ଏହି ଯୋଜନାକୁ ସରକାର ଦେଶ ପାଇଁ ଲାଭକାରୀ କହୁଥିବାବେଳେ ବିରୋଧୀ ଲଗାତାର ଏହାକୁ...

ଲାଲୁଙ୍କୁ ଟାର୍ଗେଟ କଲେ ଚିରାଗ

ନୂଆଦିଲ୍ଲୀ,୬।୭: ରାଷ୍ଟ୍ରୀୟ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସରେ ଲାଲୁ ଯାଦବ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ କେନ୍ଦ୍ର ସରକାର ଦୁର୍ବଳ ଏବଂ...

ମୁଁ ବିଶ୍ୱରେ ଅଛି, ଗିରଫ କରିବା କଥା ଯଦି ଆସନ୍ତୁ, ଚ୍ୟାଲେଞ୍ଜ ଦେଲେ ମହୁଆ

କୋଲକାତା,୬।୭: ଟିଏମସି ଏମପି ମହୁଆ ମୋଇତ୍ର ବର୍ତ୍ତମାନ ଏକ ନୂଆ ଅସୁବିଧାରେ ପଡ଼ିଛନ୍ତି। ନ୍ୟାସନାଲ କମିଶନ ଫର ଓମେନ (ଏନସିଡବ୍ଲୁ) ଅଧ୍ୟକ୍ଷ ରେଖା ଶର୍ମାଙ୍କ ବିରୋଧରେ...

ମାତ୍ର ୧୦ଟଙ୍କା ନିବେଶ କରି ହେବେ ମାଲାମାଲ, ଆବଶ୍ୟକ ସମୟରେ ମିଳିବ ୧୬ ଲକ୍ଷ

ନୂଆଦିଲ୍ଲୀ,୬।୭: ଯେଉଁମାନେ ସବୁବେଳେ ଭବିଷ୍ୟତ ବିଷୟରେ ଚିନ୍ତିତ, ସେମାନଙ୍କୁ ଏହି ଖବର ଆଶ୍ୱସ୍ତି ଦେଇପାରେ। କାରଣ ଡାକଘର ଯୋଜନା ଆପଣଙ୍କୁ ଆବଶ୍ୟକ ସମୟରେ ୧୬ଲକ୍ଷ ଟଙ୍କା...

ରାଜ୍ୟରେ ରହିବ ନାହିଁ ବେରୋଜଗାରୀ, ସରକାର କରୁଛନ୍ତି ଯୋଜନା

ଲକ୍ଷ୍ନୌ,୬।୭: ଲୋକ ସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏବେ ଉତ୍ତରପ୍ରଦେଶର ଯୋଗୀ ସରକାର କିଛି ଯୋଜନା କାର୍ଯ୍ୟକାରୀ କରିବାରେ ବ୍ୟସ୍ତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ...

ହାଥରସ ଘଟଣାକୁ ନେଇ ଆସିଲା ‘ଭୋଲେ ବାବା’ ଙ୍କ ପ୍ରଥମ ବୟାନ, କହିଲେ…

ଲକ୍ଷ୍ନୌ,୬।୭: ହାଥରସ ଦୁର୍ଘଟଣା ସମ୍ପର୍କରେ ବାବା ସୁରଜପାଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ଏହି ଘଟଣାରେ ସେ ଅତ୍ୟନ୍ତ ଦୁଃଖିତ। ପ୍ରଶାସନରେ ଲୋକଙ୍କ ବିଶ୍ୱାସ...

ପ୍ରଶାସନିକ ବିଫଳତାରୁ ଦଳାଚକଟା

ହାଥରସ୍‌,୬ା୭: ଉତ୍ତରପ୍ରଦେଶର ହାଥ୍‌ରସ୍‌ ଜିଲାରେ ଭୋଲେ ବାବାଙ୍କ ସତ୍‌ସଙ୍ଗ କାର୍ଯ୍ୟକ୍ରମ ବେଳେ ଦଳାଚକଟା ଘଟି ୧୨୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଲୋକ ସଭାର ବିରୋଧୀ ଦଳ ନେତା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri