ମହିଳାଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଚାଇନା ସରକାର

ବେଜିଂ, ୧୦।୮: ଚାଇନାର ଗୁଆଙ୍ଗଡୋଙ୍ଗ ଅଞ୍ଚଳରେ ରାଜପଥ ଉପରେ ଏକ ଘର ରହିଛି। ଏହି ଘରଟିକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଘରର ମାଲକାଣୀ ରାଜପଥରେ ଗାଡିର ଶବ୍ଦ ମଧ୍ୟରେ ଜୀବନ ବିତାଉଛନ୍ତି।
ରାଜପଥ ନିର୍ମାଣ ସମୟରେ ପ୍ରଶାସନ ପକ୍ଷରୁ ଉକ୍ତ ଘରକୁ ହଟାଇବା ପାଇଁ ଚେଷ୍ଟା କରାଯାଇଥିଲା। ମାତ୍ର ଘରର ମାଲିକାଣୀ ଲିଆଙ୍ଗ ସେଠାରୁ ନ ହଟିବା ପାଇଁ ଜିଦ୍‌ ଧରି ବସିଲେ। ସରକାର ଯେତେ ଟଙ୍କା ଦେବାକୁ ରାଜି ହେଲେ ମଧ୍ୟ ସେ ନିଜ କଥାରେ ଅଟଳ ରହିଲେ। ଏହା ପରେ ଉକ୍ତ ଛୋଟିଆ ଘରର ଚାଟିପଟେ ଏକ ବ୍ରିଜ୍‌ ନିର୍ମାଣ କରାଗଲା। ଏହି ବ୍ରିଜ୍‌ର ନାମ ହେଉଛି ‘ହାଇଜୁଆଙ୍ଗ’। ଏବେ ଲିଆଙ୍ଗ ରାସ୍ତା ମଝିରେ ରହିଥିବା ଉକ୍ତ ଘରେ ଜୀବନ ବିତାଉଛନ୍ତି। ୪୦ ବର୍ଗ ମିଟରରେ ପରିଧିରେ ଅବସ୍ଥିତ ଏହା ଏକ ମହଲା ବିଶିଷ୍ଟ ଘର। ଘରଟି ୪ ଲେନ୍‌ର ଟ୍ରାଫିକ୍‌ ମଧ୍ୟରେ ରହିଛି।

Share