ଚିକିତ୍ସା ଜଗତରେ ବିପ୍ଲବ:ରୋଗର କାରଣ ବାହାର କରିବା ସହ ଚିକିତ୍ସା କରିବ ନାନୋ ରୋବଟ୍‌, ସର୍ଜରୀ କରିବାର ରହିଛି କ୍ଷମତା

ଲଣ୍ଡନ,୧୯।୭: ଚିକିତ୍ସା ଜଗତରେ ନୂଆ ବିପ୍ଲବ ଦେଖିବାକୁ ମିଳିଛି। ବ୍ରିଟେନ ଏବଂ ଜାପାନର ବୈଜ୍ଞାନିକମାନେ ନାନୋ ରୋବଟ ପ୍ରସ୍ତୁତ କରୁଛନ୍ତି। ଏହି ରୋବଟଗୁଡିକ ମଣିଷ ଶରୀର ଭିତରେ ରଖାଯିବ। ଯାହାଦ୍ୱାରା ସେମାନେ ଶରୀରରେ ହେଉଥିବା ରୋଗକୁ ଖୋଜି ବାହାର କରିବା ସହ ଚିକିତ୍ସା ମଧ୍ୟ କରିପାରିବେ।

ବ୍ରିଟେନର ଲିଡସ ୟୁନିଭରସିଟିର ରୋବୋଟିକ୍ସ ବିଭାଗର ପ୍ରଫେସର ପିଟ୍ରୋ ଭାଲଡଷ୍ଟ୍ରି ୨୦ଟି ଭିନ୍ନ ଭିନ୍ନ ନାନୋ ରୋବଟ ଡିଜାଇନ କରିଛନ୍ତି। ସେଗୁଡ଼ିକରେ କ୍ୟାମେରା ଏବଂ ସେନ୍ସର ଯୋଡା ଯାଇଛି। କେତେକ ନାନୋ ରୋବୋଟରେ ରେଡିଓ ଟ୍ରାନ୍ସମିଟର ଏବଂ ରିସିଭର୍‌ ମଧ୍ୟ ରହିଛି। ଯାହା ଦ୍ୱାରା ସର୍ଜନମାନେ ଶରୀର ଭିତରେ କ’ଣ ଘଟୁଛି ଦେଖିପାରିବେ ଏବଂ ଏହି ରୋବଟଗୁଡ଼ିକୁ ସର୍ଜରୀ ପାଇଁ ନିର୍ଦ୍ଦେଶ ଦେଇପାରିବେ।

ଏହି କ୍ୟାପସୁଲ ରୋବଟଗୁଡିକ ବହୁତ ଛୋଟ। ଏଗୁଡିକ ଗିଳି କିମ୍ବା ଶରୀରରେ ଇଞ୍ଜେକ୍ସନ ଦିଆଯାଇ ଶରୀରକୁ ପ୍ରବେଶ କରାଯିବ। ଆସନ୍ତା ମାସରେ ପ୍ରଫେସର ଭାଲଡଷ୍ଟ୍ରିଙ୍କ ଦ୍ୱାରା ପ୍ରସ୍ତୁତ ଏହି ରୋବଟକୁ ପ୍ରଥମ ଥର ପାଇଁ ମଣିଷ ଉପରେ ପରୀକ୍ଷା କରାଯିବ।

Share