ସୋନାକ୍ଷୀଙ୍କ ଟିପ୍ସ

ଶତ୍ରୁଘ୍ନ ତନୟା ସୋନାକ୍ଷୀ ସିହ୍ନାଙ୍କ ମୁଣ୍ଡକୁ ଏକ ନୂଆ ଆଇଡିଆ ଜୁଟିଛି। ସେ ଏବେ ନିଜ ସାଙ୍ଗମାନଙ୍କୁ ଟିପ୍ସ ବାଣ୍ଟିବାରେ ବ୍ୟସ୍ତ। ହେଲେ କେଉଁ ପ୍ରକାର ଟିପ୍ସ ବାଣ୍ଟୁଛନ୍ତି ଜାଣିବେନି ? କଥା କ’ଣ କି ନିକଟରେ ତାଙ୍କର କେତେ ଜଣ ସାଙ୍ଗମାନଙ୍କ ସହ ତାଙ୍କର ଭେଟ ହୋଇଗଲା। ଟାଇମ୍‌ ପାସ କରିବାକୁ ସେମାନେ ଏକ କଫି ପବ୍‌କୁ ଯାଇଥିଲେ। ଆଉ ସେଠାରେ କଫିର ମଜା ନେବା ସହ ଏକ ଆଲୋଚନାରେ ବ୍ୟସ୍ତ ରହିଥିଲେ। କିପରି ନିଜକୁ ଫିଟ୍‌ ଆଣ୍ଡ ଫାଇନ୍‌ ରଖିବ ସେ ନେଇ ବେଶ୍‌ କିଛି ସମୟ ନିଜର ଅଭିଜ୍ଞତା ସେୟାର କରିଥିଲେ ସୋନାକ୍ଷୀ। କେବଳ ସେତିକି ନୁହେଁ, ନିଜେ କିପରି ଫିଟ୍‌ ଅଛନ୍ତି ତାହାର ରହସ୍ୟ ବିଷୟରେ ସୂଚନା ଦେବାକୁ ମଧ୍ୟ ଭୁଲି ନ ଥିଲେ। ‘ପ୍ରତିଦିନ ସକାଳେ ମୁଁ ଏକ୍ସରସାଇଜ ସହ ଯୋଗ, ପ୍ରାଣାୟାମ କରିବାକୁ ଭୁଲି ନ ଥାଏ। ମୋର ପ୍ରଥମ ସିନେମାର ମାତ୍ର ଦିନ କେଇଟାରେ ମୁଁ ନିଜ ଓଜନ କମାଇବାରେ ସକ୍ଷମ ହୋଇଥିଲି। ବାସ୍‌, ତା’ପରଠାରୁ ମୁଁ ନିଜ ଫିଗରକୁ କିପରି ସ୍ଲିମ୍‌ ଟ୍ରିମ୍‌ ରଖିବି ସେ ନେଇ ବେଶ୍‌ ଯତ୍ନବାନ।’ ସୋନାକ୍ଷୀଙ୍କ ହିନ୍ଦୀ ସିନେମା କ୍ୟାରିୟର ଆରମ୍ଭ ହୋଇଥିଲା ୨୦୧୦ରୁ ଆଉ ଫିଲ୍ମଟି ଥିଲା ‘ଦବଙ୍ଗ’। ତା’ପରେ ‘ରାଉଡି ରାଠୋଡ୍‌’, ‘ଦବଙ୍ଗ-୨’, ‘ଲୁଟେରା’, ‘ବୁଲେଟ୍‌ ରାଜା’ ଏବଂ ‘ଡବଲ ଏକ୍ସସେଲ’ ଆଦି ସିନେମାରେ ଅଭିନୟ କରିସାରିଛନ୍ତି।

Share